ବରଗଡ଼ : ଆଗାମୀ ୨୦୧୯ ଡିସେମ୍ବର ୩୧ ରୁ ୨୦୨୦ ଜାନୁୟାରୀ ୧୦ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଅନୁଷ୍ଠିତ ୭୧ ତମ ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଯାହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଜିଲ୍ଳାପାଳ ସମ୍ମିଳନୀ କକ୍ଷରେ ବରଗଡ ଜିଲ୍ଳାପାଳ ତଥା ଧନୁଯାତ୍ରା ମହୋତ୍ସବ କମିଟୀର ଅଧ୍ୟକ୍ଷ ଜ୍ୟୋତିରଂଜନ ପ୍ରଧାନଙ୍କ ସଭାପତିତ୍ୱରେ ସାଧାରଣ ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଭିନ୍ନ କମିଟୀର ସଦସ୍ୟ ସହ ସହର ବହୁ ଜନସାଧାରଣ ଯୋଗ ଦେଇଥିବା ବେଳେ ଯାତ୍ରାକୁ ଆର୍କଷଣୀୟ କରିବା ନେଇ ବିଭିନ୍ନ ଦିଗ ଉପରେ ଏଥିରେ ଆଲୋଚନା ହୋଇଥିଲା । ବୈଠକର ପ୍ରାରମ୍ଭରେ କାର୍ଯ୍ୟକ୍ରମ ରୂପାୟନ କମିଟିର ଆବାହକ ସୁରେଶ୍ୱର ଶତପଥୀ ଧନୁଯାତ୍ରାରେ ଜଡିତ ସ୍ୱର୍ଗତ ସର୍ବେଶ୍ୱର ରଥ, ତାରାଚନ୍ଦ ମହାପାତ୍ର , ସୁଶୀଲ ମହାପାତ୍ର ଏବଂ ବିକାଶ ମହାନନ୍ଦଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ଏବଂ ତାଙ୍କର ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ ଆବାହକ ଶତପଥୀ ବିଗତବର୍ଷର ଆୟବ୍ୟୟର ବିବରଣୀ ଉପସ୍ଥାପନ କରିଥିଲେ । ଆଗାମୀ ଧନୁଯାତ୍ରାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଜିଲ୍ଳାପାଳ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ଆଗାମୀ ଧନୁଯାତ୍ରା ପାଇଁ କଳାକାର ଚୟନ ଉପରେ ଆଲୋଚନା ହୋଇଥିବା ବେଳେ ଏହାକୁ କଳାକାର କୋଡିନେସନ କମିଟୀ ବିଚାର କରିବବୋଲି ଜିଲ୍ଳାପାଳ ପ୍ରଧାନ ସୂଚନା ଦେଇଥିଲେ। ୭୧ ତମ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାକୁ ଆଉ ଦୁଇ ମାସ ଥିବା ବେଳେ ଶନିବାର ସାଧାରଣ ପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here