nalco

ସେଞ୍ଚୁରିଅନ୍ : ପାକିସ୍ତାନ ବିପକ୍ଷ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ଦ.ଆଫ୍ରିକା ବିଜୟଆଡେ ମୁହæôଇଛି । ଦ୍ୱିତୀୟ ଇନିଂସରେ ପାକିସ୍ତନ ୧୯୦ ରନ୍‌ କରି ଅଲ୍‌ଆଉଟ୍‌ ହେବାରୁ ଦ.ଆଫ୍ରିକା ସମ୍ମୁଖରେ ୧୪୯ ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ପ୍ରଥମ ଇନିଂସରେ ପାକିସ୍ତାନ ୧୮୧ ଓ ଦ.ଆଫ୍ରିକା ୨୨୩ ରନ୍‌ କରିଥିଲା । ମ୍ୟାଚର ଆଉ ୩ ଦିନ ଖେଳ ବାକିଥିବାରୁ ଘରୋଇ ଦ.ଆଫ୍ରିକା ପାଇଁ ବିଜୟ ସହଜସାଧ୍ୟ ମନେ ହେଉଛି ।
ମ୍ୟାଚ୍‌ର ଦ୍ୱିତୀୟ ଦିନ ଦ.ଆଫ୍ରିକା ଅସମାପ୍ତ ପ୍ରଥମ ଇନିଂସ ୧୨୭/୫ରୁ ବ୍ୟାଟିଂ ଆରମ୍ଭ କରିଥିଲା । ଦଳୀୟ ସ୍କୋରରେ ୯୫ ରନ୍‌ ଯୋଡିବା ପରେ ୬୦ ଓଭରରେ ୨୨୩ ରନ୍‌ କରି ଦ.ଆଫ୍ରିକା ଅଲ୍‌ଆଉଟ୍‌ ହୋଇଥିଲା । ତେମ୍ବାବଭୁମା ସର୍ବାଧିକ ୫୩ ରନ୍‌ ଓ କ୍ୱିଣ୍ଟନ ଡିକ୍‌କ ୪୫ ରନ୍‌ କରିଥିଲେ । ପାକିସ୍ତାନର ମହମ୍ମଦ ଆମୀର ଓ ସାହିନ୍‌ ଶାହ ଆଫ୍ରିଦି ୪ଟି ଲେଖାଏଁ ଏବଂ ହାସନ୍‌ ଅଲ୍ଲୀ ଦୁଇଟି ୱିକେଟ୍‌ ସଫଳତା ପାଇଥିଲେ । ଏହାପରେ ଦ୍ୱିତୀୟ ଇନିଂସ ବ୍ୟାଟିଂ କରିଥିବା ପାକିସ୍ତାନ ଭଲ ଆରମ୍ଭ ସତ୍ତେ୍ୱ ମଧ୍ୟମକ୍ରମ ବିଫଳତା ଯୋଗୁଁ ୧୯୦ ରନ୍‌ରେ ସୀମିତ ରହିଥିଲା । ଓପନର ଇମାମ ଉଲ-ହକ୍‌ ୫୭ ଓ ସାନ ମସୁଦ ୬୫ ରନ୍‌ କରିଥିବା ବେଳେ ୬ ଜଣ ଏକ ଅଙ୍କରେ ସିମିତ ରହିଥିଲେ । ଦ.ଆଫ୍ରିକାର ଦୁଆନେ ଓଲିଭର ସର୍ବାଧିକ ୫ ୱିକେଟ୍‌ ସଫଳତା ପାଇଥିଲେ । କାଗିସୋ ରବାଡା ୩ଟି ଓ ଡେଲ ଷ୍ଟେନ୍‌ ଦୁଇଟି ୱିକେଟ୍‌ ସଫଳତା ପାଇଛନ୍ତି ।

LEAVE A REPLY

Please enter your comment!
Please enter your name here