ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ରାହୁଲ ଦ୍ରାବିଡ ଶୁକ୍ରବାର ୪୬ବର୍ଷରେ ପଦାର୍ପଣ କରିଛନ୍ତି । କ୍ରିକେଟ ପଡ଼ିଆରେ ଅନେକ ସ୍ମରଣୀୟ ରେକର୍ଡ ପ୍ରତିଷ୍ଠା କରିବା ପରେ ଜଣେ ସଫଳ କୋଚ ଭାବରେ ୧୯ ବର୍ଷରୁ କମ ଭାରତୀୟ ଟିମକୁ ସେ ଆଶାତୀତ ସଫଳତା ଦେଇଛନ୍ତି । ଜୁନିୟର ଭାରତୀୟ ଦଳ ପୃଥ୍ୱୀ ଶ’ଙ୍କ ନେତୃତ୍ୱରେ ବିଶ୍ୱକପ୍‌ ଜିତିଥିଲା । ସେହିଭଳି ରାହୁଲଙ୍କ ଠାରୁ ଶିକ୍ଷା ପାଇ ପୃଥ୍ୱୀ ଶ’ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି । ଏବେ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି ଯେ, ରାହୁଲ ଦ୍ରାବିଡ କେବେ ଟିମ ଇଣ୍ଡିଆର କୋଚ ହେବେ।
କୌଣସି ଖେଳାଳିଙ୍କ ପାଇଁ ପଦାର୍ପଣ ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ୧୯୭୩ ଜାନୁଆରୀ ୧୧ରେ ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମ ନେଇଥିବା ରାହୁଲ ଦ୍ରାବିଡ କ୍ରିିକେଟର ମMା ନାଁରେ ପରିଚିତ ଲଡର୍ସ କ୍ରିକେଟ ଷ୍ଟାଡିୟମରେ ୧୯୯୬ରେ ମ୍ୟାଚ ଖେଳିଥିଲେ । ସେହି ସମୟରେ ମହମ୍ମଦ ଆଝାରୁଦ୍ଦୀନ ଟିମର ଅଧିନାୟକ ଥିଲେ। ରାହୁଲ ଦ୍ରାବିଡଙ୍କୁ ଆହତ ସଂଜୟ ମଞ୍ଜରେକରଙ୍କ ସ୍ଥାନରେ ସୁଯୋଗ ମିଳିଥିଲା । ଜୁନ ୨୦ରେ ଖେଳା ଯାଇଥିବା ଏହି ମ୍ୟାଚରେ ରାହୁଲ ୯୫ ରନ୍‌ ଆତ୍ମବିଶ୍ୱାସଭରା ଇନିଂସ ଖେଳିଥିଲେ । ସୌରଭ ଗାଙ୍ଗୁଲି ୧୩୧ ରନ ଯୋଡ଼ିଥିବା ବେଳେ ମ୍ୟାଚ ଡ୍ର’ ରହିଥିଲା ।
ଦ୍ରାବିଡ଼ ନିଜର ଦିନିକିଆ କ୍ରିକେଟ କ୍ୟାରିୟର ୧୯୯୬ ଏପ୍ରିଲ ୩ରେ ଆରମ୍ଭ କରିଥିଲେ । ଶ୍ରୀଲଙ୍କା ବିପକ୍ଷରେ ସିଙ୍ଗାପୁରରେ ସିଙ୍ଗର କପରେ ବିନୋଦ କାମ୍ବଲିଙ୍କ ସ୍ଥାନରେ ତାଙ୍କୁ ସୁଯୋଗ ମିଳିଥିଲା । ପ୍ରଥମ ମ୍ୟାଚରେ ରାହୁଲଙ୍କ ଯୋଗଦାନ ସେତେ ଭଲ ନଥିଲା । ଶ୍ରୀଲଙ୍କାର ମୁଥୟା ମୁରଲୀଧରନଙ୍କ ବଲରେ ଆଉଟ ହେବା ପୂର୍ବରୁ ରାହୁଲ ୩ ରନ କରିଥିଲେ । ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୯୯ ରନ କରିଥିଲେ ବି ପ୍ରଶଂସନୀୟ ବୋଲିଂ ଯୋଗୁଁ ଶ୍ରୀଲଙ୍କାକୁ ୧୨ ରନରେ ପରାସ୍ତ କରିଥିଲା ।

LEAVE A REPLY

Please enter your comment!
Please enter your name here