କେନ୍ଦ୍ରାପଡ଼ା, ୦୭ ଜାନୁଆରୀ : କେନ୍ଦ୍ରରେ ଏନ୍ଡିଏ ନେତୃତ୍ୱାଧିନ ନରେନ୍ଦ୍ର ମୋଦିଙ୍କ ସରକାର ଦେଶର ସାମ୍ବିଧାନିକ ବ୍ୟବସ୍ଥା ଉପରେ କ୍ରମାଗତ ଭାବେ ଆକ୍ରମଣ ଚଳାଇ ଚାଲିଛନ୍ତି । ଦେଶର ସମ୍ବିଧାନ ବିପନ୍ନ, ଗଣତନ୍ତ୍ର ବିପର୍ଯ୍ୟସ୍ତ, ଶ୍ରମିକ, କୃଷକ, ମଧ୍ୟବିତ ଓ ସାଧାରଣ ବର୍ଗଙ୍କ ଜୀବନ ଜୀବିକା ଦୁର୍ଦ୍ଦିନରେ । ମହିଳାମାନେ ସବୁଠୁ ବେଶି ଅସୁରକ୍ଷିତ । ସମଗ୍ର ଦେଶ ଓ ଦେଶବାସୀଙ୍କୁ ଏ ଦୁର୍ଦ୍ଦଶାରୁ ଉଦ୍ଧାର କରିବା ପାଇଁ ଜାତୀୟ ଶ୍ରମିକ କୃଷକ ସଂଗଠନମାନଙ୍କ ମିଳିତ ମଂଚ ପକ୍ଷରୁ ଦିଆଯାଇଥିବା ଜାନୁଆରୀ ୮ ଓ ୯ ତାରିଖର ସର୍ବଭାରତୀୟ ହରତାଳକୁ ଜିଲ୍ଲାର ମିଳିତ ବିରୋଧି ଦଳ ପକ୍ଷରୁ ସମର୍ଥନ ଦିଆଯାଇଛି । ଏହି ଉଦ୍ଦେଶ୍ୟରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଳିତ ବିରୋଧି ଦଳ ବୈଠକରେ ଜିଲ୍ଲା କଂଗ୍ରେସର ସଭାପତି ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ସିପିଆଇଏମ୍ର ଜିଲ୍ଲା ସଂପାଦକ ଗୟାଧର ଧଳ, ସିପିଆଇର ଜିଲ୍ଲା ସଂପାଦକ ରମଣୀ ରଂଜନ ରାଉତରାୟ, ପ୍ରଦେଶ କଂଗ୍ରେସ କମିଟିର ସଂପାଦକ ମୁକ୍ତର ଖାଁ, ସିପିଏମ୍ର ବରିଷ୍ଠ ନେତା ଉମେଶ ଚନ୍ଦ୍ର ସିଂ, ଜଗତଜୀବନ ଦାସ, ମାଧବ ଦାସ, ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ଦାସ, ସଂଜୟ କୁମାର ରାଉତ, କମଳାକାନ୍ତ ବେହେରା, ସିପିଆଇର ବରିଷ୍ଠ ନେତା ଆଦିକନ୍ଦ ରାଉଳ, ବିକାଶ ଚନ୍ଦ୍ର ବେଉରା, ସୁବାସିନି ଭଦ୍ର ପ୍ରମୁଖ ଏକ ମିଳିତ ପ୍ରେସ ବିବୃତିରେ ଏହି ଭାରତ ବନ୍ଦକୁ କେନ୍ଦ୍ରାପଡା ଜିଲ୍ଲାରେ ସଂପୂର୍ଣ୍ଣର୍ ସମର୍ଥନ ଦେଇ ସଫଳ କରିବାକୁ ଜିଲ୍ଲାବାସୀ ଭାଇଭଉଣୀମାନଙ୍କୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here