nalco

ଭୁବନେଶ୍ୱର,୦୭ ଜାନୁଆରୀ – ମୁଖ୍ୟମନ୍ତ୍ରୀ ସୋମବାର ପୂର୍ବାହ୍ନରେ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଆସନ୍ତାକାଲି ଦିଲ୍ଲୀ ସ୍ଥିତ ତାଲକୋଟ୍ରା ଷ୍ଟାଡିୟମ୍ ଠାରେବିଜେଡି ପକ୍ଷରୁ ଆୟୋଜିତ ହେବାକୁ ଥିବା ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ଅନ୍ୟାନ୍ୟ ମନ୍ତ୍ରୀମାନେ ମଧ୍ୟ ଦିଲ୍ଲୀ ଯାଇଛନ୍ତି ।ସମାବେଶ ପରେ ଅପରାହ୍ନ ୫ ଟା ୪୫ ରେ ରାଷ୍ଟ୍ରପତିଙ୍କୁ ମୁଖ୍ୟମନ୍ତ୍ରୀ ଚାଷୀ ଅଧିକାର ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିବେ । ମଙ୍ଗଳବାର ରାତି ୯ଟା ୨୦ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବେ ।

LEAVE A REPLY

Please enter your comment!
Please enter your name here