ନୂଆପଡା : ନୂଆପଡା ଜିଲ୍ଲା ଖଡିଆଳ ସହରରେ ଦିନରେ ଷ୍ଟ୍ରିଟ ଲାଇଟ ଗୁଡିକ ଜଳୁଥିବା ବେଳେ ବିଦ୍ୟୁତ ବିଭାଗର ଦୃଷ୍ଟି ପଡୁନଥିବା ଅଭିଯୋଗ ହେଉଛି । ସହରର ବିଭିନ୍ନ ସ୍ଥାନରେ ଷ୍ଟ୍ରିିଟ ଲାଇଟ ବ୍ୟବସ୍ଥା କରାଯାଇଥିବା ବେଳେ ଏହି ଷ୍ଟ୍ରିଟ ଲାଇଟ ଦିନରାତି ଜଳୁଥିବା ଦେଖିବାକୁ ମିଳୁଛି । ଅନ୍ୟପକ୍ଷରେ ଏଠାରେ ମନମୁଖୀ ବିଦ୍ୟୁତ କାଟ ହେଉଛି ଫଳରେ ଉପଭୋକ୍ତା ମହଳରେ ଅସନ୍ତୋଷ ପ୍ରକାଶ ପାଇଛି । କେନ୍ଦ୍ର ସରକାର ବିଦ୍ୟୁତ ବଞ୍ଚାଇବା ନେଇ ଅନେକ ଯୋଜନା ହାତକୁ ନେଉଥିବା ବେଳେ ଏଠାକାର ବିଦ୍ୟୁତ ବିଭାଗ ବେପାରୁଆ ଢଙ୍ଗରେ ଛାଡି ଦେଇଥିବା ବେଳେ ବିଦ୍ୟୁତର ଅପଚୟ ଘଟୁଛି । କେନ୍ଦ୍ର ସରକାରଙ୍କ ଉଜ୍ଜଲା ଯୋଜନାରେ ଏଲଇଡି ବଲବ ଯୋଗାଣ ହେଉଥିବା ବେଳେ ମୁଖ୍ୟତଃ ବିଦ୍ୟୁତ ସୁରକ୍ଷା ଏହାର ମାଧ୍ୟମ ଅଟେ । ସମଗ୍ର ଦେଶରେ ବିଦ୍ୟୁତ ସୁରକ୍ଷା ପାଇଁ ସରକାର ସଚେତନ କରୁଥିବା ବେଲେ ଖଡିଆଳ ବିଦ୍ୟୁତ୍ ବିଭାଗର ବେପାରୁଆ ନୀତି ଯୋଗୁଁ ଖଡିଆଳ ସହର ତଥା ଖଡିଆଳ ବିଦ୍ୟୁତ୍ ସବଡିଭିଜନ ଅଧିନରେ ଥିବା ଗ୍ରାମମାନଙ୍କରେ ଦିନକୁ ପ୍ରାୟ ୩ ରୁ ୪ ଘଂଟା ବିଦ୍ୟୁତ୍ କାଟ ହେଉଥିବା ବେଳେ ସହରର ଅନେକ ଜାଗାରେ ଷ୍ଟ୍ରିଟ୍ ଲାଇଟ୍ ମାନ ଦିନ ତମାମ ଜଲୁଥିବାର ଦେଖିବାକୁ ମିଳିଛି । କିନ୍ତୁ ଏଥିପ୍ରତି ବିଦ୍ୟୁତ୍ ବିଭାଗର ଦୃଷ୍ଟି ନାହିଁ । ବାରମ୍ବାର ପାୱାର କଟ୍ ବିଷୟରେ ଖଡିଆଳ ବିଦ୍ୟୁତ୍ ବିଭାଗର ଏସ୍.ଡି.ଓଙ୍କୁ ଯୋଗାଯୋଗ କଲେ ଏହା ବିଦ୍ୟୁତ୍ ଷ୍ଟେସନରେ କଟାଯାଉ ନାହିଁ ଏହା ଉପରୁ କଟା ହେଉଛି ବୋଲି ସଫେଇ ଦେଉଛନ୍ତି । ଏହା ସହ ଦିନରେ ଷ୍ଟ୍ରିଟ୍ ଲାଇଟ୍ ଜଲୁଥିବା ବିଷୟରେ ମୋ ପାଖରେ ଖବର ନାହିଁ ବୋଲି ପ୍ରକାଶ କରିଛନ୍ତି । ଖଡିଆଳ ଏନ୍ଏସି ଓ ଗ୍ରାମାଞ୍ଚଳର ବିଦ୍ୟୁତ୍ ଉପଭୋକ୍ତା ମାନେ ଏହିପରି ପାୱାର କଟ୍ ପାଇଁ ଆଗାମୀ ଦିନରେ ବିଦ୍ୟୁତ୍ ବିଭାଗ ବିରୋଧରେ ଜନ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here