ଭୁବନେଶ୍ୱର : ଶ୍ରୀକାନ୍ତ ଜେନା ଓ କୃଷ୍ଣ ଚନ୍ଦ୍ର ସାଗରିଆ ଦଳ ଭିତରେ ରହି ଯେଉଁଭଳି ଦଳ ବିରୋଧୀ ମନ୍ତବ୍ୟ ଦେଇ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରୁଛନ୍ତି । ଏସମ୍ପର୍କରେ ଦଳର ରାଷ୍ଟ୍ରୀୟ ସଭାପତି ରାହୁଲ ଗାନ୍ଧିଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଛି । ହାଇକମାଣ୍ଡ ଯାହା ନିଷ୍ପତି ନେବେବୋଲି ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ ପ୍ରକାଶ କରିଛନ୍ତିି ।
ଅପରପକ୍ଷରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି ସେମାନଙ୍କର ଆଚରଣକୁ ଯାଂଚ କରାଯିବ । ଆବଶ୍ୟକ ପଡିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଇସ୍ତାହାର କମିଟିରୁ ଶ୍ରୀକାନ୍ତ ଜେନାଙ୍କୁ ବିଦା କରାଯିବା ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତିି ଯେ ସେ ଜଣେ ଜ୍ଞାନୀ , ଗୁଣି ଓ ବରିଷ୍ଠ ନେତା ହେଲେ ମଧ୍ୟ ଯୁଗଉପଯୋଗୀ ପାଇଁ ତାଙ୍କ ଭଳି ଜ୍ଞାନୀ ଗଣେଶ୍ୱର ବେହେରାଙ୍କୁ ଏହି ଦାୟିତ୍ୱରେ ରଖାଯାଇଛି । ଶ୍ରୀ ବେହେରା ରାଜ୍ୟ ସାରା ବୁଲି କାମ କରିପାରିବେ ।
କଂଗ୍ରେସର ବିଧାୟକ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ଶ୍ରୀ ଜେନା କଂଗ୍ରେସ ଦଳ ଖଣି ମାଫିଆଙ୍କ ଦଳ ବୋଲି ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଠିକ୍ ନୁହେଁ । ଯିଏ ଏପରି କହୁଛି ସେ ଦଳ ଛାଡି ଚାଲି ଯିବା ଦରକାର । ଦଳ ଭିତରେ ତାଙ୍କୁ ଚକ୍ରାନ୍ତ ଜେନା ବୋଲି କୁହାଯାଏ । ବିଭିନ୍ନ ସମୟରେ ;ସେ ଦଳ ବିରୋଧୀ ମନ୍ତବ୍ୟ ଦେଇ କଂଗ୍ରେସର ବହୁ କ୍ଷତି କଲେଣି । ରାଷ୍ଟ୍ରୀୟ ସଭାପତି ଓ ରାଜ୍ୟ ସଭାପତି ଏହା ଉପରେ ବିଚାର କରିବା ଦରକାର । ଏହାକୁ ଗୁରୁତର ସହ ବିଚାର କରେିବା ଦରକାର । ଶ୍ରୀ ଜେନା ମନ୍ତ୍ରୀ ଥିବା ବେଳେ କଣ କରିଥିଲେ । ସେ ଆତ୍ମ ସମୀକ୍ଷା କରନ୍ତୁ । ବିଶୃଙ୍ଖଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଶୃଙ୍ଖଳା କମିଟି ତାର ବିଚାର କରିବ ବୋଲି ସେ କହିଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here