nalco

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱାଦଶ ଉପକନିଷ୍ଠ ଜାତୀୟ ସଫଫ ଟେନିସ୍‌ ଚାମ୍ପିଅନସିପ ଉଦଯାପିତ ହୋଇଯାଇଛି । ଏଥିରେ ଓଡ଼ିଶା ଦଳଗତ ରୌପ୍ୟ ପଦକ ହାସଲ କରିଛି । ଏହି ପ୍ରତିଯୋଗିତାରେ ବିହାର ଦଳ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଗୁଜରାଟ୍‌ ଓ ମଧ୍ୟପ୍ରଦେଶ କାଂସ୍ୟ ପଦକ ହାସଲ କରିଥିଲେ । ଉଦଯାପନୀ ଉତ୍ସବରେ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥ ପ୍ରଧାନ, ଶ୍ରୀରାମ ଦାସ, କର୍ପୋରେଟର ନବ କିଶୋର ବେହେରା, ଏନଜେ ମକୱାନା, ଏନଜେ ଭେଗଡା, ରଞ୍ଜନ କୁମାର ନନ୍ଦ, ବିକାଶ ଚନ୍ଦ୍ର ପଟ୍ଟନାୟକ, ରାକେଶ ଚନ୍ଦ୍ର ଦାସ, ମହମ୍ମଦ ଆଜମ୍‌ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here