ଭୁବନେଶ୍ୱର: ତେଲେଙ୍ଗାନାର ଲାଲଗୋଣ୍ଡା ଡନ୍‌ ବକ୍ସୋ ଏକାଡେମୀରେ ଅନୁଷ୍ଠିତ ଅଷ୍ଟମ ସର୍ବଭାରତୀୟ ତ୍ରିରାଜ୍ୟ ଲେଗ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ଚାମ୍ପିଅନ୍‌ ହୋଇ ଇତିହାସ ରଚିଛି ।
ଅଧିନାୟକ ଚନ୍ଦନ ରାୟଙ୍କ ନେତୃତ୍ୱରେ ଓଡ଼ିଶା ଫାଇନାଲରେ ଆୟୋଜକ ତେଲେଙ୍ଗାନାକୁ ହରାଇ ଏହି ସଫଳତା ପାଇଛି । ଟାଇଟଲ ମୁକାବିଲାରେ ପ୍ରଥମେ ଖେଳିଥିବା ଓଡ଼ିଶା ୧୦ ଓଭରରେ ୪ ୱିକେଟ୍‌ ହରାଇ ୨୧୩ ରନ୍‌ କରିଥିଲା । ଜବାବରେ ତେଲେଙ୍ଗାନା ୮ ଓଭରରେ ୭୩ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା ।
ତ୍ରିରାଜ୍ୟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଆନ୍ଧ୍ରପ୍ରଦେଶକୁ ଭେଟିଥିଲା ଓଡ଼ିଶା । ଏହି ମ୍ୟାଚ୍‌ରେ ଓଡ଼ିଶା ୯ ୱିକେଟ୍‌ରେ ବିଜୟୀ ହୋଇ ଅଭିଯାନ ଆରମ୍ଭ କରିଥିଲା । ପ୍ରଥମ ଖେଳିଥିବା ଆନ୍ଧ୍ର ୫ ଓଭରରେ ୭୬ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା । ଓଡ଼ିଶା ଦଳ ମାତ୍ର ୧ ୱିକେଟ୍‌ ହରାଇ ମ୍ୟାଚ୍‌ ପକେଟସ୍ଥ କରିଥିଲା । ସେହିଭଳି ଦ୍ୱିତୀୟ ମ୍ୟାଚ୍‌ରେ ଓଡ଼ିଶାର ଜମାଣିଆ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ତେଲେଙ୍ଗାନା ସମ୍ମୁଖରେ ଓଡ଼ିଶା ୧୫୯ ବିଜୟଲକ୍ଷ୍ୟ ହାସଲ କରିଥିଲା । ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ତେଲେଙ୍ଗାନା ମାତ୍ର ୯ ରନ୍‌ ପାଇଁ ମ୍ୟାଚ ହାରିଯାଇଥିଲା । ଡବଲ ବିଜୟ ସହ ଓଡ଼ିଶା ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଥିଲା । ସେହିଭଳି ଅନ୍ୟ ଏକ ମ୍ୟାଚ୍‌ରେ ତେଲେଙ୍ଗାନା ଓ ଆନ୍ଧ୍ର ପରସ୍ପରକୁ ଭେଟିଥିଲେ । ତେଲେଙ୍ଗାନା ଏହି ମ୍ୟାଚ ଜିତି ଓଡ଼ିଶା ସହ ଫାଇନାଲ ଖେଳିଥିଲା ।
ରାଜ୍ୟ ସଂଘର ସାଧାରଣ ସମ୍ପାଦକ ଦୁଲ୍ଲାଲ ଚନ୍ଦ୍ର ପ୍ରଧାନ, ଚନ୍ଦନ ଆଣ୍ଡ୍‌କୋ’ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here