ଭୁବନେଶ୍ୱର : ଡିସେମ୍ବର ୨୪ ତାରିଖ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଖୋର୍ଦ୍ଧା ଗସ୍ତ ପୂର୍ବରୁ ଓଡିଶାକୁ ଜାତୀୟ ବିପର୍ଯ୍ୟୟ ପଶମନ ପାଣ୍ଠିରୁ ସହାୟତା ଯୋଗାଇ ଦିଆନଯାଏ, ତା’ନହେଲେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ସମାଜବାଦୀ ପାର୍ଟି ବିରୋଧ କରିବ ବୋଲି ଏହାର ସଭାପତି ରବି ବେହେରା ପ୍ରକାଶ କରିଛନ୍ତି । ସେହିପରି ଆସନ୍ତା ୧୧ ତାରିଖ ଦିନ ଆରମ୍ଭ ହେବାକୁ ଥିବା ସଂସଦର ଶୀତକାଳୀନ ଅଧିବେଶନ ସମୟରେ ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କର ଏହି ପାତର ଅନ୍ତର ନୀତିର ପ୍ରତିବାଦ କରିବାକୁ ରାଜ୍ୟର ସାଂସଦମାନଙ୍କୁ ଶ୍ରୀ ବେହେରା ନିବେଦନ କରିଛନ୍ତି । ସେ କହିଛନ୍ତି ଯେ ଗତକାଲି ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ବସି କେରଳ ବନ୍ୟା ଦୁର୍ଗତଙ୍କ ପାଇଁ ୩୦୪୮ କୋଟି ଟଙ୍କା, ନାଗାଲାଣ୍ଡ ଭୂସ୍ଖଳନ ପାଇଁ ୧୩୧.୧୬ କୋଟି ଟଙ୍କା ଏବଂ ତିତ୍ଲି କ୍ଷତିଗ୍ରସ୍ତ ଆନ୍ଧ୍ର ପାଇଁ ୫୪୦ କୋଟି ଟଙ୍କାର ଅତିରିକ୍ତ ସାହାଯ୍ୟ କେନ୍ଦ୍ରୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଅନୁଦାନ ପ୍ରଦାନ କରାଯାଇଛି । କିନ୍ତୁ ଦୁଃଖର କଥା ତିତ୍ଲି ବାତ୍ୟା କ୍ଷତିଗ୍ରସ୍ତ ଓଡ଼ିଶା ପାଇଁ ରାଜ୍ୟ ସରକାର ଦାବି କରିଥିବା ୨୭୭୦ କୋଟି ଟଙ୍କାର ଥଇଥାନ ପ୍ୟାକେଜ୍କୁ ଏହି ଉଚ୍ଚସ୍ତରୀୟ କମିଟି ବିଚାରକୁ ମଧ୍ୟ ନେଇନାହାଁନ୍ତି । ଏହା କେନ୍ଦ୍ର ସରକାରଙ୍କର ଓଡ଼ିଶା ପ୍ରତି ଅବହେଳାର ଅନ୍ୟ ଏକ ଚରମ ଉଦାହରଣ ବୋଲି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ଅଭିଯୋଗ କରିଛି । ଯଦି କେନ୍ଦ୍ର ସରକାର ଓଡ଼ିଶାର ନ୍ୟାର୍ଯ୍ୟ ଦାବିକୁ ଉପେକ୍ଷା କରନ୍ତି, ତା’ହେଲେ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ସମାଜବାଦୀ ପାର୍ଟି ଆଗାମୀ ଦିନରେ ଓଡ଼ିଶାର ସାଧାରଣ ଜନତାଙ୍କ ପାଖକୁ ଯାଇ ରାଜ୍ୟର ହକ୍ ଓ ଅଧିକାରର ଲଢେଇକୁ ଶକ୍ତିଶାଳୀ କରିବ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here