ନୂଆଦିଲ୍ଲୀ: ଆଇପିଏଲ୍‌ର ୧୧ଟି ସଂସ୍କରଣରେ ଦିଲ୍ଲୀ ଡେୟାରଡେଭିଲ୍ସ ଆଦୌ ଚାମ୍ପିଅନ୍‌ ହୋଇପାରିନାହିଁ । ଏଦୃଷ୍ଟିରୁ ୨୦୧୯ ଦ୍ୱାଦଶ ସଂସ୍କରଣରେ ନୂଆ ପରିଚୟ ସହ ଡେୟାରଡେଭିଲ୍ସ ଆଇପିଏଲ୍‌ ମୈଦାନକୁ ଓହ୍ଲାଇବାକୁ ଯାଉଛି । ଡେୟାରଡେଭିଲ୍ସର ନାମ ଦିଲ୍ଲୀ କ୍ୟାପିଟାଲ୍ସକୁ ପରିବର୍ତ୍ତନ କରାଯାଇଥିବା ମଙ୍ଗଳବାର ଫ୍ରାଞ୍ଚାଇଜ୍‌ ପକ୍ଷରୁ ଘୋଷଣା କରାଯାଇଛି । ମାଲିକ ପାର୍ଥ ଜିନ୍ଦଲ, କିରଣ କୁମାର ଗାନ୍ଧୀ (ଜିଏମ୍‌ଆର୍‌) ସ୍ୱତନ୍ତ୍ର ଉସିବରେ ଦଳର ନୂଆ ନାମ ଲୋଗୋ ଉନ୍ମୋଚନ କରିଛନ୍ତି । ଗତବର୍ଷ ଜେଏସ୍‌ଡବ୍ଲì୍ୟ ସ୍ପୋର୍ଟ୍ସ (ଜିନ୍ଦଲ) ଦିଲ୍ଲୀ ଫ୍ରାଞ୍ଚାଇଜ୍‌ର ୫୦ ଶତକଡ଼ା ମାଲିକାନ ସତ୍ତେ୍ୱ ମିଳିଥିଲା । ଏତଦ୍‌ଭିନ୍ନ ଶିଖର ଧାୱନଙ୍କ ଉପସ୍ଥିତି ସତ୍ତେ୍ୱ ଶ୍ରେୟାସ ଆୟର ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ ବୋଲି ଘୋଷଣା ହୋଇଛି । ଅଷ୍ଟ୍ରେଲିଆ କ୍ରିକେଟ କିମ୍ବଦନ୍ତୀ ରିକି ପଣ୍ଟିଂ ମଧ୍ୟ ମୁଖ୍ୟ କୋଚ୍‌ ଦାୟିତ୍ୱ ଜାରି ରଖିବେ ।

Loading...

LEAVE A REPLY

Please enter your comment!
Please enter your name here