nalco

ମାଦ୍ରିଦ୍‌: କ୍ରିକେଟ୍‌ରେ ଫିକ୍ସିଂ କଳଙ୍କ ଭଳି ଘଟଣା ଟେନିସ୍‌ କ୍ରୀଡାକୁ ବ୍ୟାପିଛି । ସ୍ପେନ୍‌ରେ ଏକ ବଡ଼ ଧରଣର ମ୍ୟାଚ୍‌ ଫିକ୍ସିଂ ଘଟଣା ସାର୍ବଜନୀନ ହୋଇଛି । ସ୍ପାନିସ୍‌ ସିଭିଲ୍‌ ଗାର୍ଡ ଟେନିସ୍‌ ମ୍ୟାଚ୍‌ ଫିକ୍ସିଂ ଘଟଣାରେ ୨୮ ଜଣ ଖେଳାଳିଙ୍କ ସମେତ ମୋଟ୍‌ ୮୩ ଜଣଙ୍କୁ ଗିରଫ କରିଛି । ଏହି ୨୮ ଜଣ ଖେଳାଳିଙ୍କ ମଧ୍ୟରେ ଗତ ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ୍‌ ଟେନିସ୍‌ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ଜଣେ ଖେଳାଳି ସାମିଲ ଥିବା କୁହାଯାଇଛି । କିନ୍ତୁ ଖେଳାଳିଙ୍କ ନାମ ଗୋପନ ରଖାଯାଇଛି । ବିଭିନ୍ନ ସ୍ଥାନରେ ଚଡାଉ ବେଳେ ୧୬୭,୦୦୦ ୟୁରୋ ଅର୍ଥରାଶି, ସଟଗନ, ୫୦ଟି ଇଲୋଟ୍ରୋନିକ୍‌ ଡିଭାଇସ୍‌, କ୍ରେଡିଡ୍‌ କାର୍ଡ, ୫ଟି ଲଗଜରି ଗାଡ଼ି ଜବତ ହୋଇଛି ।

LEAVE A REPLY

Please enter your comment!
Please enter your name here