ସିଡ୍‌ନୀ ମ୍ୟାଚ୍‌ରେ ଭାରତ ୬ ୱିକେଟ୍‌ରେ ବିଜୟୀ
କ୍ରୁନାଲ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌
୧-୧ରେ ସିରିଜ୍‌ ବରାବର
ସିଡ୍‌ନୀ: ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ଶେଷ ମ୍ୟାଚରେ ଭାରତ ୬ ୱିକେଟ୍‌ରେ ବିଜୟୀ ହୋଇ ଶୃଙ୍ଖଳାକୁ ୧-୧ରେ ବରାବର କରିଛି । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୬୪ ରନ୍‌ କରିଥିଲା । ଜବାବରେ ଭାରତ ୧୯.୪ ଓଭରରେ ୪ ୱିକେଟ୍‌ ହରାଇ ୧୬୮ ରନ୍‌ କରିଥିଲା । କ୍ରୁନାଲ ପାଣ୍ଡ୍ୟାଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି । ସିରିଜ୍‌ ୧-୧ରେ ଡ୍ର’ ରହିବାରୁ ଭାରତ ଓ ଅଷ୍ଟ୍ରେଲିଆ ଯୁଗ୍ମ ବିଜେତା ଘୋଷିତ ହୋଇଛନ୍ତି ।
୧୬୫ ରନ୍‌ର ବିଜୟଲକ୍ଷ୍ୟ ଭାରତ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା । ଓପନର ରୋହିତ ଶର୍ମା ଓ ଶିଖର ଧାୱନ ପୁଣିଥରେ ଜମାଣିଆ ଆରମ୍ଭ ଦେଇଥିଲେ । ପ୍ରଥମ ୱିକେଟ୍‌ରେ ଦୁହେଁ ୬୭ ରନ୍‌ ସଂଗ୍ରହ କରିଥିଲେ । ଧାୱନ ୨୨ ବଲରୁ ୪୧ ଓ ରୋହିତ ଶର୍ମା ୧୬ ବଲ୍‌ରୁ ୨୩ ରନ୍‌ କରିଥିଲେ । ଏହାପରେ ଅଧିନାୟକ ବିରାଟ କୋହଲି ଅର୍ଦ୍ଧଶତକୀୟ ଇନିଂସ ଖେଳି ଅଷ୍ଟ୍ରେଲିଆର ବିଜୟ ଆଶା ଧୂଳିସାତ କରିଥିଲେ । ବିଶେଷକରି ଷ୍ଟୋଇନିସ୍‌ଙ୍କ ଗୋଟିଏ ଓଭରରୁ ୨୨ ରନ୍‌ ସଂଗ୍ରହ ହେବାରୁ ଭାରତର ବିଜୟ ସହଜ ହୋଇଥିଲା । ରିଷଭପନ୍ତ ଖାତା ଖୋଲିପାରିନଥିବା ବେଳେ ଅଧିନାୟକ ବିରାଟ କୋହଲି ୪୧ ବଲ୍‌ରୁ ୪ ଚୌକା ଓ ୨ ଛକା ସହାୟତାରେ ୬୧ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ । ଅନ୍ୟତମ ୱିକେଟ୍‌ ରକ୍ଷକ ବ୍ୟାଟ୍ସମ୍ୟାନ୍‌ ଦିନେଶ କାର୍ତ୍ତିକ ୧୮ ବଲ୍‌ରୁ ୨୨ ରନ୍‌ କରି ବିରାଟଙ୍କ ବୋଝ ହାଲୁକା କରିଥିଲେ । ବୋଲିଂରେ ମିଚେଲ ଷ୍ଟାର୍କ, ଆଡାମ୍‌ଜାମ୍ପା, ଗ୍ଲେନ୍‌ ମ୍ୟାକ୍ସେୱଲ ଓ ଟେ’ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ । ଉଭୟ ଦଳ ମଧ୍ୟରେ ଡିସେମ୍ବର ୬ରୁ ୧୨ ତାରିଖ ପର୍ଯ୍ୟନ୍ତ ଆଡିଲେଡରେ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଖେଳାଯିବ ।

Loading...

LEAVE A REPLY

Please enter your comment!
Please enter your name here