ଭୁବନେଶ୍ୱର : ବିଶ୍ୱର ର୍ୟାଙ୍କିଙ୍ଗ୍‌ର ନଂ.୧ ଦଳ ଅଷ୍ଟ୍ରେଲିଆ ଅଧିନାୟକ ଆରନ୍‌ ଜାଲେସ୍କି’ଙ୍କ ନେତୃତ୍ୱରେ ଭୁବନେଶ୍ୱର ପହଞ୍ଚିଛି । ଶନିବାର ଅପରାହ@ରେ ଦଳର ସମସ୍ତ ଖେଳାଳି ଓ ଅଫିସିଆଲ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିଥିଲେ । ସେଠାରେ ରାଜ୍ୟ କ୍ରୀଡା ବିଭାଗ ଓ ହକି ଇଣ୍ଡିଆ ପକ୍ଷରୁ ଖେଳାଳିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ଡିଫେଣ୍ଡିିଂ ଚାମ୍ପିଅନ୍‌ ସହ ଭୁବନେଶ୍ୱର ସମ୍ପର୍କ ବେଶ ପୁରୁଣା । କଳିଙ୍ଗ ହକି ଷ୍ଟାଡିୟମ୍‌ରେ ଅଷ୍ଟ୍ରେଲିଆ ଦୁଇଥର ଚାମ୍ପିଅନ୍‌ ହେବାର ଗୌରବ ଅର୍ଜନ କରିଥିଲା । ୨୦୧୪ ଚାମ୍ପିଅନ୍ସ ଟ୍ରଫି ସାଙ୍ଗକୁ ୨୦୧୭ ହକି ବିଶ୍ୱ ଲିଗ୍‌ ଫାଇନାଲରେ ଅଷ୍ଟ୍ରେଲିଆ ବିଜେତା ବନିଥିଲା । ମନ୍ଦିରମାଳିନୀ ଭୁବନେଶ୍ୱରକୁ ପୁଣିଥରେ ଆସିବାର ସୌଭାଗ୍ୟ ଆମ ଜୁଟିଛି ବୋଲି ଅଧିନାୟକ ଆରନ୍‌ ଜାଲେସ୍କି କହିଛନ୍ତି । ୨୦୧୬ ରିଓ ଅଲିମ୍ପିକ୍ସ ପରେ ବିଶ୍ୱର ବଛା ବଛା ଦଳ ଗୁଡିକ ସହ ଖେଳିବାର ପୁଣି ସୁଯୋଗ ଆସି ପହଞ୍ଚିଛି । ଗତ ସଂସ୍କରଣର ଟାଇଟଲ ସଫଳତାକୁ ଭୁବନେଶ୍ୱରରେ ଆମେ ଦୋହରାଇବା ପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ କରିସାରିଛୁ ବୋଲି ବିମାନବନ୍ଦରରେ ଅବତରଣ କରିବା ପରେ ଜାଲେସ୍କି କହିଛନ୍ତି । ବର୍ତ୍ତମାନ ସମୟରେ ଭୁବନେଶ୍ୱର ହକି ବିଶ୍ୱକପ ସଂସ୍କରଣ ତୀବ୍ର ସଂଘର୍ଷପୂର୍ଣ୍ଣ ହେବାକୁଯାଉଛି । ଏଣୁ କେଉଁ ଦଳ ବିଜେତା ହେବ ତାହାର ପୂର୍ବାନୁମାନ କରିବା ସଠିକ୍‌ ହେବ ନାହିଁ । ଭୁବନେଶ୍ୱର ଦର୍ଶକ ବେଶ ଭଲ । ଘରୋଇ ଦଳ ହେଉ ଅଥବା ଭ୍ରମଣକାରୀ ଦଳକୁ ଖେଳୁଆଡ ମନୋଭାବ ସହ ସମର୍ଥନ ଦେଇଥାନ୍ତି । ଦର୍ଶକଙ୍କ ସମର୍ଥନ ବିନା ଖେଳାଳିଙ୍କ ମନୋବଳ ଓ ଆତ୍ମବିଶ୍ୱାସ ବଢ଼ି ନଥାଏ । ପୂର୍ବର ସୁଖଦ ଅନୁଭୂତି ଥିବାରୁ ଚଳିତ ବିଶ୍ୱକପ୍‌ ଆମ ପାଇଁ ଶୁଭଙ୍କର ସାବ୍ୟସ୍ତ ହେବ ବୋଲି ଜାଲେସ୍କି କହିଛନ୍ତି ।
ପୁଲ୍‌ ପର୍ଯ୍ୟାୟରୁ ମ୍ୟାଚ୍‌ ଜିତିବା କଠିନ ହେବ । କିନ୍ତୁ ପୁଲ୍‌ ବି’ର ଥିବା ଆୟର୍ଲାଣ୍ଡ, ଇଂଲଣ୍ଡ ଓ ଚୀନ୍‌ ସହ ଖେଳାଯିବାକୁଥିବା ମ୍ୟାଚ ଗୁଡିକ ପାଇଁ ପ୍ରସ୍ତୁତ ହୋଇଆସିଛୁ ବୋଲି ଅଷ୍ଟ୍ରେଲିଆର ମୁଖ୍ୟ କୋଚ୍‌ କୋଲିନ୍‌ ବାଚ୍‌ କହିଛନ୍ତି । ୧୯୮୬ ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଦଳରେ ବାଚ୍‌ ସଦସ୍ୟ ଥିଲେ । ଆୟର୍ଲାଣ୍ଡ ଏକାଧିକ ବିଶ୍ୱସ୍ତରୀୟ ଖେଳାଳି ଅଛନ୍ତି । ଇଂଲଣ୍ଡ ମଧ୍ୟ ବେଶ ଶକ୍ତିଶାଳୀ ଏହି ଦୁଇ ଦଳ ବିପକ୍ଷରେ ପ୍ରତିଦ୍ୱନ୍ଦିତା ତୀବ୍ରତର ହେବ । ଚୀନ ପ୍ରଥମଥର ବିଶ୍ୱକପ୍‌ ଖେଳିବାକୁ ଯାଉଥିବାରୁ ସେମାନଙ୍କ ପ୍ରଦର୍ଶନ ସମ୍ପର୍କରେ ଆମେ ଅଜ୍ଞ ଅଛୁ ବୋଲି କୋଚ୍‌ ବାଚ୍‌ କହିଛନ୍ତି । ଆଗାମୀ ୩୦ ତାରିଖରେ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ ଖେଳି ଅଷ୍ଟ୍ରେଲିଆ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ ।

ଆଜି ଆସିବେ ଜର୍ମାନୀ, ଆୟର୍ଲାଣ୍ଡ ଓ ମାଲେସିଆ
ହକି ବିଶ୍ୱକପ୍‌ର ୧୪ତମ ସଂସ୍କରଣରେ ଅଂଶଗ୍ରହଣ କରିବା ନିମନ୍ତେ ରବିବାର ବିଶ୍ୱର ନଂ.୬ ଦଳ ଜର୍ମାନୀ, ନଂ.୧୦ ସ୍ଥାନରେ ଥିବା ଆୟର୍ଲାଣ୍ଡ ଓ ନଂ.୧୨ ଦଳ ମାଲେସିଆ ଭୁବନେଶ୍ୱର ପହଞ୍ଚିବେ । ରବିବାର ଅପରାହ@ ୧.୧୦ରେ ଆୟର୍ଲାଣ୍ଡ ଓ ଜର୍ମାନୀ ଖେଳାଳି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୨ରେ ଅବତରଣ କରିବେ । ସେହିଭଳି ମାଲେସିଆ ରାତି ୧୧.୨୫ ମିନିଟ୍‌ରେ ଭୁବନେଶ୍ୱର ପହଞ୍ଚିବ । ଶନିବାର ନେଦରଲାଣ୍ଡ ଓ ବେଲଜିୟମ ଦଳ ଭୁବନେଶ୍ୱର ପହଞ୍ଚିଥିଲେ । ସେହିଭଳି କାନାଡା ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ପହଞ୍ଚିଛି ।

Loading...

LEAVE A REPLY

Please enter your comment!
Please enter your name here