କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖସ୍ଥ ଆମ୍ବ ବଗିଚାରେ ବୁଧବାର ଦିନ ତମାମ ଆତଙ୍କ ମଚାଇ ରଖିଥିବା ହାତୀପଲ ସନ୍ଧ୍ୟା ପରେ ପରେ ଶ୍ରୀରାମପୁର ଖମାର ରାସ୍ତା ଦେଇ ସଦର ବ୍ଲକ ଅନ୍ତର୍ଗତ ହାଣ୍ଡିଭଙ୍ଗା ଜଙ୍ଗଲକୁ ଚାଲି ଯାଇଛନ୍ତି । ଦିନ ସାରା ବଜାର ଅଂଚଳରେ ହାତୀପଲ ଅବସ୍ଥିତି ସ୍ଥାନୀୟ ଲୋକ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ଏହି ହାତୀପଲଙ୍କ ପାଇଁ ପୋଲିସ,ବନ ବିଭାଗ ଏବଂ ଅଗ୍ନିଶମ ବିଭାଗକୁ ନାକେଦମ ହେବାକୁ ପଡିଥିଲା । ହାତୀପଲରେ ୯ଟି ହାତୀ ରହିଥିବାବେଳେ, ଏହି ହାତୀ ପରରୁ ଅଲଗା ହୋଇଯାଇଥିବା ଅନ୍ୟ ୩ଟି ହାତୀର ସଂପର୍କରେ କୋ÷÷ଣସି ସୂଚନା ଏ ଯାଏଁ ବନ ବିଭାଗ ପାଇପାରିନାହିଁ । ଅପରପକ୍ଷେ ଦୁଇ ଦିନ ପୂର୍ବରୁ ହରିପଶି ଖମାର ରାସ୍ତା ଦେଇ ଅର୍ଶଳା ଜଙ୍ଗଲରେ ପହଁଚିଥିବା ହାତୀପଲ ସକାଳରୁ ଝୁମ୍ପୁରାରେ ପହଁଚିବା ପରେ, ସନ୍ଧ୍ୟା ପରେ ପରେ ବନ ବିଭାଗ ପକ୍ଷରୁ ସେମାନଙ୍କୁ ଶ୍ରୀରାମପୁର ଜଙ୍ଗଲ ରାସ୍ତାଦେଇ ଘଉଡାଇ ଦେବାରେ ସକ୍ଷମ ହୋଇଛି । ହାତୀପଲ ଚାଲିଗଲା ପରେ ହରିପଶି ଗ୍ରାମର ୩ ଜଣ ଚାଷୀ ହାତୀପଲ ଦ୍ୱାରା ସେମାନଙ୍କର ବାଡିବଗିଚା ନଷ୍ଟ ହୋଇଥିବା ନେଇ ଉଖୁଣ୍ଡା ବନ ବିଭାଗ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଛନ୍ତି । ଅନୁରୁପ ଭାବେ ଝୁମ୍ପୁରା ଆମ୍ବ ବଗିଚାକୁ ପଶିବା ପୂର୍ବରୁ ସଂପୃକ୍ତ ହାତୀପଲ ଅର୍ଶଳା ଗ୍ରାମର ୨ଜଣ ଚାଷୀ ଏବଂ ଶ୍ରୀରାମପୁର ଗ୍ରାମର ୨ଜଣ ଚାଷୀଙ୍କର ଖଳାରେ ରଖାଯାଇଥିବା ଧାନ ବସ୍ତା ଖାଇଦେଇଥିବା ସହ ଫିଙ୍ଗା ଫୋପଡା କରିଥିବା ନେଇ ବାଲିବନ୍ଧ ବନ ବିଭାଗ କାର୍ଯ୍ୟାଳୟରେ ସେମାନେ ଅଭିଯୋଗ କରିଛନ୍ତି । ଆଉ କିଛି ଚାଷୀଙ୍କର ଫସଲ କ୍ଷୟକ୍ଷତି ହୋଇଥିଲେ ହେଁ, କୋ÷÷ଣସି ଅଭିଯୋଗ ହୋଇ ନ ଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here