ଭୁବନେଶ୍ୱର : ଓଡ଼ିଶାର ଐତିହ୍ୟ ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ଜେଲରେ ରହିଥିବା ଅଭିଜିତ ଆୟାର ମିତ୍ରଙ୍କୁ ଗତକାଲି ହାଇକୋର୍ଟ ଜାମିନ ଦେବା ପରେ ଆଜି କୋଣାର୍କ ଜେଏମଏଫସି କୋର୍ଟ ଏବଂ ଭୁବନେଶ୍ୱର କୋର୍ଟ ସର୍ତମୂଳକ ଜାମିନ ଦେଇଛନ୍ତି । ଭବିଷ୍ୟତରେ ଅରୁଚିକର ମନ୍ତବ୍ୟ ନ ଦେବା ପାଇ ସର୍ତ ରଖିଛନ୍ତି । ୨୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ସେ ଜାମିନରେ ଆସିଛନ୍ତି ।
ସୂଚନାଯୋଗ୍ୟ ଯେ, ହାଇକୋର୍ଟ କାଲି ଜାମିନ ଦେବା ବେଳେ ଦର୍ଶାଇଥିଲେ ଯେ, ନିମ୍ନ କୋର୍ଟରେ ଆବେଦନ କରିପାରିବେ ଏବଂ ସର୍ତମୂଳକ ଜାମିନରେ ଯିବେ ବୋଲି ନିର୍ଦ୍ଦେଶ ଦେଇଥିଲେ । ଶାରୀରିକ ଅସୁସ୍ଥ ପାଇଁ ଆୟାର ଚିକିତ୍ସା ଲାଗି ମେଡ଼ିକାଲରେ ଭର୍ତି ହୋଇଥିଲେ । ଉଭୟ କୋର୍ଟରୁ ଜାମିନ ମିଳିସାରିଲା ପରେ ବର୍ତମାନ ହସପିଟାଲରୁ ମଧ୍ୟ ଡିସଚାର୍ଯ୍ୟ ହୋଇଛନ୍ତି । ହସପିଟାଲରୁ ଭୁବନେଶ୍ୱର ଏୟାରପୋର୍ଟ ଯାଇ ସିଧାସଳଖ ତାଙ୍କ ମାଙ୍କ ପାଖକୁ ଚେନ୍ନାଇ ଯିବେ । ଅଭିଜିତ ଆୟାରକୁ ଓଡ଼ିଶା ପୋଲିସ ଅକ୍ଟୋବର ୨୩ ତାରିଖରେ ଗିରଫ କରିଥିଲା ।

Loading...

LEAVE A REPLY

Please enter your comment!
Please enter your name here