ନୂଆପଡା : ନୂଆପଡ଼ା ଜିଲ୍ଲାରେ ଗତ ୧୦ ଦିନ ଧରି ପ୍ରବଳ ଶୀତ ଲହରୀ ଲାଗି ରହିଥିବା ବେଳେ ସାଧାରଣ ଜୀବନଯାତ୍ରା ବ୍ୟାହତ ଦେଖାଦେଇଛି । ଜିଲ୍ଲାରେ ହାରାହାରି ୧୧ ରୁ ୧୨ ଡିଗ୍ରୀ ସେଲସିୟସ୍ ଶୀତ ରହିଥିବା ବେଳେ ଜିଲ୍ଲାର ପାର୍ବତ୍ୟାଞ୍ଚଳ ସୁନାବେଡ଼ା ଏବଂ ବୋଡ଼େନ ବ୍ଳକର କାଟଫେର ଏବଂ ପାଟଧରା ଠାରେ ୮ ରୁ ୯ ଡିଗ୍ରୀ ଶୀତ ଲହରୀ ଥିବା ଜଣାପଡ଼ିଛି । ସହରାଂଳ ଅପେକ୍ଷା ଗ୍ରାମାଞ୍ଚଳରେ ଶୀତର ପ୍ରକୋପ ବିଶେଷ ରୂପେ ଅଧିକ ଅନୁଭବ ହେଉଥିବା ବେଳେ ସନ୍ଧ୍ୟା ସମୟରୁ ଗ୍ରାମାଞ୍ଚଳରେ ଥଣ୍ଡା ପବନ ବହୁଛି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଗ୍ରାମାଞ୍ଚଳର ଲୋକେ ନିଆଁ ଲଗାଇ ପୋଉଁଥିବା ବେଳେ ଗରମ ପୋଷାକ, କମ୍ବଲ, ଜ୍ୟାକେଟ, ସୁଇଟର ଓ ସାଲ ପ୍ରମୁଖ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ବିଶେଷ କରି ଶୀତ ପ୍ରକୋପ ଯୋଗୁଁ ଗରିବ ବୃଦ୍ଧ, ବୃଦ୍ଧା ଏବଂ ଅସହାୟ ଲୋକେ ପ୍ରଭାବିତ ହେଉଥିବା ବେଳେ ନବଜାତ ଶିଶୁ ମାନଙ୍କ ଯତ୍ନ ନେବା ଆବଶ୍ୟକତା ରହିଛି । ଜିଲାର ଖଡ଼ିଆଳ, ନୂଆପଡା, ଖରିଆର ରୋଡ ସହରରେ ରାତ୍ର ୮ ଘଂଟାରୁ ଦୋକାନ ବଜାର ବନ୍ଦ ହୋଇ ଯାଇଥିବା ବେଳେ ଗ୍ରାମାଞ୍ଚଳରେ ସନ୍ଧ୍ୟା ୬ ଘଂଟାରୁ ଜନଶୁନ୍ୟ ଦେଖାଯାଉଛି । ଶୀତ ଲହରୀ ଯୋଗୁଁ ଥଣ୍ଡା ଜ୍ୱର ପ୍ରବଳ ପରିମାଣରେ ହେଉଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏସବୁ ବ୍ୟବସ୍ଥା ମାନ ଥିବା ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଖଡିଆଳ ସବଡିଭିଜନ ଡାକ୍ତରଖାନା ସୁତ୍ରରୁ ଜଣାପଡିଛି ।

Loading...

LEAVE A REPLY

Please enter your comment!
Please enter your name here