ଭୁବନେଶ୍ୱର: ଟାଟା ଷ୍ଟିଲ୍‌ ପକ୍ଷରୁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ସହଯୋଗରେ ୨୦୧୯ ଜାନୁଆରୀ ୧୩ ତାରିଖରେ ଟାଟା ଷ୍ଟିଲ୍‌ ଭୁବନେଶ୍ୱର ହାଫ୍‌ ମାରାଥନ୍‌ଚତୁର୍ଥ ସଂସ୍କରଣ ଆୟୋଜନ ହେବ ।
ଜର୍ସି ଉନ୍ମୋଚନ କାର୍ଯ୍ୟକ୍ରମରେ ଟାଟ ଷ୍ଟିଲ୍‌ ଭୁବନେଶ୍ୱର ହାଫ୍‌ ମାରାଥନ୍‌-୨୦୧୯ର ବିବରଣୀ ଘୋଷଣା କରାଯାଇଛି । କାର୍ଯ୍ୟକ୍ରମରେ ତିନିଟି ପ୍ରତିଯୋଗିତାପୂର୍ଣ୍ଣ ଦୌଡ଼ ରହିଛି-୨୧ କିମି (ହାଫ୍‌ ମାରାଥନ୍‌) ୧୮ ବର୍ଷରୁ ଅଧିକ ପୁରୁଷ ଓ ମହିଳାଙ୍କ ପାଇଁ, ୧୫ ବର୍ଷ ବୟସରୁ ଅଧିକ ପୁରୁଷ ଓ ମହିଳାଙ୍କ ପାଇଁ ୧୦ କିମି ଓ ୧୨ରୁ ୧୬ ବର୍ଷ ବୟସର ବାଳକ ଓ ବାଳିକାଙ୍କ ପାଇଁ ୫ କିମିର ଦୌଡ଼ ରହିବ। ହାଫ୍‌ ମାରାଥନ୍‌ର ଉଭୟ ପୁରୁଷ ଓ ମହିଳା ବର୍ଗରେ ସର୍ବୋଚ୍ଚ ପୁରସ୍କାର ୧ ଲକ୍ଷ ଟଙ୍କା ରହିବ । କଳିଙ୍ଗ ସ୍ପୋର୍ଟ୍ସ୍‌ କମ୍ପ୍ଲେକ୍ସରୁ ମାରାଥନ ଆରମ୍ଭ ହୋଇ ସେହିଠାରେ ଶେଷ ହେବ । ମାରାଥନ୍‌ରେ ଅଂଶଗ୍ରହଣ କରିବା ନିମନ୍ତେ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ନାମପଞ୍ଜିକରଣ କରିପାରିବେ । ପଞ୍ଜୀକରଣର ଶେଷ ତାରିଖ ଡିସେମ୍ବର ୩୦ ଧାର୍ଯ୍ୟ ହୋଇଛି ।
ହାଫ୍‌ ମାରାଥନ୍‌ ପଞ୍ଜୀକରଣ ପାଇଁ ୩୦୦ ଟଙ୍କା, ୧୦ କିମି ଦୌଡ଼ ପାଇଁ ୨୦୦ ଟଙ୍କା ଓ ୫ କିମି ଦୌଡ଼ ପାଇଁ ୧୦୦ ଟଙ୍କା ରଖାଯାଇଛି । ସମସ୍ତ ଅଂଶଗ୍ରହଣକାରୀଙ୍କୁ ଟି-ସାର୍ଟ, ବିଆଇବି ଚିପ୍‌ ଓ ନମ୍ବର ସମେତ ରିଫ୍ରେସ୍‌ମେଣ୍ଟ ପ୍ରଦାନ କରାଯିବ ।
ସାମ୍ବାଦିକ ସମ୍ମିଳନୀରେ ଟାଟା ଷ୍ଟିଲ୍‌ ଭୁବନେଶ୍ୱର ହାଫ୍‌ ମାରାଥନ୍‌-୨୦୧୯ର ଅଫିସିଆଲ୍‌ ଟି-ସାର୍ଟକୁ ଶ୍ରୀଯୁକ୍ତ ମନୋଜ କୁମାର ପାଢ଼ୀ, ଯୁଗ୍ମ ସଚିବ, କ୍ରୀଡ଼ା ଓ ଯୁବ ସେବା ବିଭାଗ, ଓଡ଼ିଶା ସରକାର ଓ ଅରୁଣ ମିଶ୍ର, ଉପ ସଭାପତି, କଞ୍ଚାମାଲ, ଟାଟା ଷ୍ଟିଲ୍‌ ଅନ୍ୟ ଅତିଥି ଯଥା ବିଶିଷ୍ଟ ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଏଭରେଷ୍ଟ ଆରୋହଣକାରୀ ସ୍ୱର୍ଣ୍ଣଲତା ଦଳେଇ, ଦେବାଶିଷ ଜେନା, ମୁଖ୍ୟ ରେସିଡେଣ୍ଟ ଅଧିକାରୀ, ଟାଟା ଷ୍ଟିଲ୍‌ ଓ ଅର୍ଜୁନ ପୁରସ୍କାର ବିଜେତା ବଗିଚା ସିଂ, ବରିଷ୍ଠ ଦୌଡ଼କୁଦ କୋଚ, ଟାଟା ଷ୍ଟିଲ୍‌ଙ୍କ ଉପସ୍ଥିତିରେ ଉନ୍ମୋଚନ କରିଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here