ଚେନ୍ନାଇ: ଚେନ୍ନାଇରେ ଆୟୋଜିତ ନବମ ହକି ଇଣ୍ଡିଆ ଜାତୀୟ ସିନିୟର ହକି ଚାମ୍ପିଅନ୍‌ସିପ୍‌ (ପୁରୁଷ) ଡିଭିଜନ୍‌ ବି’ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ ଗୁଡିକରେ ମଧ୍ୟପ୍ରଦେଶ, ବେଙ୍ଗାଲୁରୁ, ତେଲେଙ୍ଗାନା, ଛତିଶଗଡ଼, ସଶସ୍ତ୍ର ସୀମାବଳ, ହକି ପଟିଆଲା, ମଣିପୁର ହକି, ସେଣ୍ଟ୍ରାଲ ସେକ୍ରେଟାରିଏଟ୍‌ ପ୍ରମୁଖ ବିଜୟୀ ହୋଇଛନ୍ତିି । ପ୍ରଥମ ମ୍ୟାଚ୍‌ରେ ମଧ୍ୟପ୍ରଦେଶ ୫-୦ ଗୋଲ୍‌ରେ ଉତ୍ତରାଖଣ୍ଡକୁ ହରାଇଛି । ପୁଲ ଡି’ର ଏକ ମ୍ୟାଚରେ ବେଙ୍ଗାଲୁରୁ ହକି ଆସୋସିଏସନ୍‌ ୧-୦ ଗୋଲରେ ମେଜର ପୋର୍ଟ ସ୍ପୋର୍ଟ୍ସ କଣ୍ଟ୍ରୋଲ ବୋର୍ଡକୁ ହରାଇଛି । ପୁଲ୍‌ ଏ’ରେ ତେଲେଙ୍ଗାନା ରାମକୃଷ୍ଣ ବୋଡିଗମ୍‌ଙ୍କ ହ୍ୟାଟ୍ରିକ୍‌ ଗୋଲ୍‌ ସହାୟତାରେ ହକି ବିହାରକୁ ୬-୨ ଗୋଲରେ ହରାଇଥିଲା । ପୁଲ୍‌ ଡି’ରେ ଛତିଶଗଡ଼ର ଗୋଲବର୍ଷ ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ ଛତିଶଗଡ଼ ୧୭-୧ ଗୋଲ୍‌ରେ ତ୍ରିପୁରା ହକିକୁ ହରାଇଥିବା ବେଳେ ପୁଲ୍‌ ଡି’ରେ ସଶସ୍ତ୍ର ସୀମାବଳ ୬-୨ ଗୋଲ୍‌ରେ ହକି ଝାଡ଼ଖଣ୍ଡକୁ ହରାଇଛି । ପୁଲ୍‌ ଇ’ରେ ହକି ପଟିଆଲା ୫-୪ ଗୋଲରେ ବେଙ୍ଗଲ ହକି ଆସୋସିଏସନ୍‌ ଏବଂ ପୁଲ୍‌ ବି’ରେ ମଣିପୁର ହକି ୫-୧ ଗୋଲରେ ହକି ଜାମ୍ମୁ-କାଶ୍ମୀରକୁ ହରାଇଛି ।

LEAVE A REPLY

Please enter your comment!
Please enter your name here