ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ୧୨ତମ ଉପକନିଷ୍ଠ ଜାତୀୟ ସଫଫ ଟେନିସ୍‌ ଚାମ୍ପିଅନ୍‌ସିପ୍‌ ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାର ବାଳକ ବିଭାଗରେ ବିହାର ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଓଡ଼ିଶା ରୌପ୍ୟ ଏବଂ ଗୁଜରାଟ ଓ ମଧ୍ୟପ୍ରଦେଶ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ବାଳିକା ବିଭାଗରେ ତାମିଲନାଡୁ ସ୍ୱର୍ଣ୍ଣ ପଦକ, ଦିଲ୍ଲୀ ରୌପ୍ୟ ଏବଂ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ବ୍ରୋଞ୍ଜ ପଦକ ଜିତିଥିଲେ । ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଜଗନ୍ନାଥ ପ୍ରଧାନ, ଶ୍ରୀରାମ ଦାସ, କର୍ପୋରେଟର ନବକିଶୋର ବେହେରା, ଏମ୍‌ଜେ ମକୱାନା, ଏନ୍‌ ଜେ ରେଗଡା, ରଞ୍ଜନ କୁମାର ନନ୍ଦ, ବିକାଶ ଚନ୍ଦ୍ର ପଟ୍ଟନାୟକ, ରମେଶଚନ୍ଦ୍ର ଦାସ, ତଥା ରାଜ୍ୟ ସଫଫ ଟେନିସ୍‌ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ମହମ୍ମଦ ଆଜମ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here