ଭୁବନେଶ୍ୱର: କଟକ ଜବାହରଲାଲ ନେହରୁ ଇନଡୋର ଷ୍ଟାଡିୟମରେ ଆୟୋଜିତ ଜାତୀୟ ଟେବୁଲ ଟେନିସ୍‌ ଚାମ୍ପିଅନସିପ୍‌ର ମିକ୍ସଡ ଡବଲ୍ସ ଫାଇନାଲରେ ପିଏସପିବି ପ୍ରବେଶ କରିଛି । ପେଟ୍ରୋଲିୟମ ସ୍ପୋର୍ଟ୍ସ ପ୍ରମୋସନ୍‌ ବୋର୍ଡ(ପିଏସପିବି)ର ଦୁଇ ତାରକା ସରଥ କମଲ ଓ ମନିକା ବାତ୍ରା ଜମାଣିଆ ପ୍ରଦର୍ଶନ ଦେଖାଇ ଫାଇନାଲ ଯୋଗ୍ୟତା ଅର୍ଜନ କରିଛନ୍ତି । ତେବେ ଟାଇଟଲ ଟMରରେ ପିଏସପିବିର ମାନବ ଥାକର ଓ ଅର୍ଚ୍ଚନା କାମଥଙ୍କ ସହ ଟିମ୍‌ ମେଟ୍‌ ସରଥ କମଲ ଓ ମନିକା ବାତ୍ରାଙ୍କ ଫାଇଟ୍‌ ହେବ ।
ପ୍ରତିଯୋଗିତାର ଦ୍ୱିତୀୟ ସିଡ୍‌ ସରଥ ଓ ମୋନିକା ୧୧-୯, ୧୧-୭, ୯-୧୧, ୧୧-୯ ଗେମରେ ହରିୟାଣାର ସୌରଭ ଶାହା ଓ ସୁତୀର୍ଥ ମୁଖାର୍ଜୀଙ୍କୁ ହରାଇଥିଲେ । ଟପ୍‌ ସିଡେଡ୍‌ ମାନବ ଓ ଅର୍ଚ୍ଚନାଙ୍କ ଯୋଡି ୧୧-୩, ୧୧-୫, ୧୧-୭ ଗେମରେ ରେଳବାଇ ସ୍ପୋର୍ଟ୍ସ ପ୍ରମୋସନ୍‌ ବୋର୍ଡର ରବିନ୍ଦ୍ର କୋଥିଆନ୍‌ ଓ ସାଗରିକା ମୁଖାର୍ଜୀଙ୍କୁ ହରାଇଥିଲେ । ବିଜେତାଙ୍କୁ ୨୫ ହଜାର ଏବଂ ଉପବିଜେତାଙ୍କୁ ୧୨,୫୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ।

LEAVE A REPLY

Please enter your comment!
Please enter your name here