ଭୁବନେଶ୍ୱର: କଟକର ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ୧୧ ସ୍ପୋର୍ଟ୍ସ, ୮୦ତମ ଜାତୀୟ ସିନିୟର ଓ ଅନ୍ତଃରାଜ୍ୟ ଟେବୁଲ ଟେନିସ୍‌ ଚାମ୍ପିଅନ୍‌ସିପ୍‌ର ମିକ୍ସଡ ଡବଲ୍ସରେ ପିଏସ୍‌ପିବି ଚାମ୍ପିଅନ୍‌ ହୋଇଛି । ଏସିଆନ୍‌ ଗେମ୍ସ ବ୍ରୋଞ୍ଜ ପଦକ ବିଜୟୀ ଅଚନ୍ତା ଶରତ କମଲ ଓ ମନିକା ବାତ୍ରାଙ୍କ ଯୋଡି ମଙ୍ଗଳବାର ଅନୁଷ୍ଠିତ ଫାଇନାଲରେ ମାନବ ଠାକର ଓ ଅର୍ଚ୍ଚନା କାମତଙ୍କ ଯୋଡିଙ୍କୁ ୧୧-୯, ୧୨-୧୦, ୧୦-୧୨, ୧୧-୬ ଗେମ୍‌ରେ ପରାସ୍ତ କରି ଟାଇଟଲ ହାତେଇଛନ୍ତି । ବୁଧବାର ଆୟୋଜିତ ହେବାକୁଥିବା ଉଦ୍‌ଯାପନୀ ଉସିବରେ ଚାମ୍ପିଅନ୍‌ ମନିକା-ଶରଥଙ୍କୁ ଟ୍ରଫି ସହ ୨୫ ହଜାର ଟଙ୍କା ଏବଂ ଉପବିଜେତା ମାନବ-ଅର୍ଚ୍ଚନାଙ୍କୁ ଟ୍ରଫି ଓ ୧୨, ୫୦୦ ଟଙ୍କା ପୁରସ୍କାର ପ୍ରଦାନ କରାଯିବ । ଚଳିତ ଟେବୁଲ ଟେନିସ୍‌ ମିଟ୍‌ରେ ବିଶ୍ୱର ୩୦ତମ ର୍ୟାଙ୍କିଙ୍ଗ୍‌ ଖେଳାଳି ଶରଥ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଗତ ରବିବାର ଶରଥ ପୁରୁଷ ଦଳଗତ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

LEAVE A REPLY

Please enter your comment!
Please enter your name here