ଶ୍ରୀନଗର :ଜମ୍ମୁ-କାଶ୍ମୀରରେ ଚାଲିଥିବା ରାଜନୈତିକ ଅଚଳାବସ୍ଥା ମଧ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବୟାନ ସାମ୍ନାକୁ ଆସିବାରେ ଲାଗିଛି । ଗୃହ ମନ୍ତ୍ରାଳୟର ସୂଚନାନୁସାରେ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଦ୍ୱାରା ବିଧାନସଭା ଭଙ୍ଗ ନିଷ୍ପତ୍ତି ଚାପରେ ହୋଇନାହିଁ । ସୂତ୍ରାନୁସାରେ ଗୃହମନ୍ତ୍ରୀ ରାଜନାଥ ସିଂ ନିଜ ନିର୍ବାଚନୀ ଗସ୍ତରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ସ୍ଥିତି ନେଇ ଆଲୋଚନା କରିଛନ୍ତି । କେନ୍ଦ୍ର ସରକାର ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକ ସଙ୍ଗେ କରିବାକୁ ଚାହୁଁଥିବା ଚିନ୍ତା କରୁଛନ୍ତି । ଏହା ମଧ୍ୟ ବିଚାର କରାଯାଉଛି କି, ପୂର୍ବରୁ ବିଧାନସଭା ଭଙ୍ଗ କରାଯାଇ ପାରିଥାନ୍ତା । କି;ୁ ସୁରକ୍ଷା ଏବଂ ପଞ୍ଚାୟତ ନିର୍ବାଚନ ପାଇଁ ଏହା ସମ୍ଭବ ହୋଇପାରି ନଥିଲା । ବିଧାନସଭା ଭଙ୍ଗ ନେଇ ମଙ୍ଗଳବାର ଦିନ ନିଷ୍ପତ୍ତି ନିଆ ଯାଇଥିଲା । ବୁଧବାର ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଥିଲା । ଏହରକୁ ନେଇ ବିଜେପି ନିଜର ପ୍ରତିକ୍ରିୟାରେ କହିଛି, ଜମ୍ମୁ -କଶ୍ମୀରରେ ଏହା ହେଉଛି ଭଲ ବିକଳ୍ପ । ଏଠାରେ ଖୁବ ଶୀଘ୍ର ନୂଆ ବିଧାନସଭା ପାଇଁ ନିର୍ବାଚନ କରାଯିବା ଦରକାର । ବିଜେପି ବିରୋଧୀ ପାର୍ଟିଙ୍କ ଦ୍ୱାରା ପ୍ରସ୍ତାବିତ ମେଣ୍ଟକୁ ନିନ୍ଦା କରିବାକୁ ଯାଇ କହିଛି, ଆତଙ୍କ-ଅନୁକୂଳ ପାର୍ଟିର ମେଣ୍ଟ । ଜମ୍ମୁ- କଶ୍ମୀରରେସରକାର ଗିବା ପାଇଁ ପ୍ରତିଦ୍ୱନ୍ଦିଙ୍କଦାବି ପୂର୍ବରୁ ରାଜ୍ୟପାଳ ବିଧାନସଭା ଭଙ୍ଗ କରିଛନ୍ତି । ଏହା ପରେ ବିଜେପି ଟ୍ୱିଟରରେ ଜଣାଇଛି ସୁରକ୍ଷା ଦୃଷ୍ଟିରୁ ରାଜ୍ୟପାଳ ଭଲ ନିଷ୍ପତ୍ତି ନେଇଛନ୍ତି । ବିଧାନସଭା ଭଙ୍ଗ କରିବା ପଛରେ ୪ଟି କାରଣ ରହିଛି ବୋଲି ଜଣାପଡ଼ିଛି । ବିରୋଧୀ ବିଚାରଧାରାରେ ରାଜନୈତିକ ଦଳମାନେ ସ୍ଥାୟୀ ସରକାର ଦେଇପାରିବ ନାହିଁ । ସବୁଠାରୁ ବଡ଼କଥା ଯେ, ମେଣ୍ଟରେ ଯେଉଁ ଦଳମାନେ ଅଛନ୍ତି, ବିଧାନସଭା ଭଙ୍ଗ କରିବାକୁ ଅନେକ ସମୟରେ ଦାବି କରିଛନ୍ତି । ବିଗତ କିଛି ବର୍ଷର ଅଭିଜ୍ଞତାରୁ ଯାହା ଜଣାପଡ଼ିଛି, ଅସ୍ପଷ୍ଟ ବହୁମତ, ବିଧାନସଭାର ବର୍ତ୍ତମାନ ସ୍ଥିତି,
ସମାନ ବିଚାରଧାରା ରଖିଥିବା ମେଣ୍ଟରେ ସ୍ଥାୟୀ ସରକାର ଗଢିବା ସହଜ ନୁହେଁ ।

Loading...

LEAVE A REPLY

Please enter your comment!
Please enter your name here