ଭୁବନେଶ୍ୱର : ରାଜ୍ୟର ଚାଷୀ ସମସ୍ୟା ସମାଧାନ ପାଇଁ ମନ୍ତ୍ରୀସ୍ତରୀୟ କମିଟି ବୈଠକରେ ହୋଇଥିôବା ପ୍ରାଥମିକ ଆଲୋଚନା ସଫଳ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ବୈଠକରେ ସେମାନଙ୍କ ସମସ୍ୟା ସମାଧାନ କରାଯିବ ବୋଲି ଉକ୍ତ କମିଟିର ଅଧ୍ୟକ୍ଷ ତଥା ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ପ୍ରକାଶ କରିଛନ୍ତି ।
ଆଜି ଅପରାହ୍ନରେ ସ୍ଥାନୀୟ କୃଷକ ଭବନଠାରେ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ନବ ନିର୍ମାଣ କୃଷକ ସଂଗଠନ ସମେତ ରାଜ୍ୟରେ ଥିବା ବିଭିନ୍ନ ଚାଷୀ ସଂଗଠନର ଦାବି ଏବଂ ଚାଷୀ ମାନଙ୍କ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଏହି ଆଲୋଚନା ପ୍ରାୟ ତିନି ଘଂଟା ଧରି ଚାଲିଥିଲା । ବୈଠକ ପରେ ଅଧ୍ୟକ୍ଷ ତଥା ଅର୍ଥମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଯେ, ଆଜିର ଆଲୋଚନା ବୈଠକରେ ରାଜ୍ୟର ୨୫ଟି ଚାଷୀ ସଂଗଠନର ପ୍ରତିନିଧି ମାନେ ଯୋଗ ଦେଇଥିଲେ । ଭାଗଚାଷୀ ଓ କ୍ଷୁଦ୍ର ଚାଷୀଙ୍କୁ ଚିହ୍ନଟ କାର୍ଯ୍ୟରେ ତ୍ୱରାନ୍ୱିତ କରାଯିବ । ଜୈବିକ ସାର ବ୍ୟବହାର କରୁଥିବା ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯିବ । ପରବର୍ତୀ ବୈଠକରେ ଋଣ ଛାଡ଼ ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବ । ପ୍ରତିବର୍ଷ କୃଷି ଓ ଆନୁସଂଗିକ କୃଷି ନିମନ୍ତେ ଅଧିକରୁ ଅଧିକ ବଜେଟ ବ୍ୟବସ୍ଥା ସରକାର କରୁଛନ୍ତି । ଏହି କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ସହିତ କ୍ଷୁଦ୍ର ନାମମାତ୍ର ଚାଷୀଙ୍କୁ ଅଧିକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ଚାଷୀ ପ୍ରତିନିଧି ମାନଙ୍କୁ ସେ କହିଥିଲେ । ଏହା ବ୍ୟତୀତ ଚାଷୀ ସଂଗଠନ ମାନଙ୍କ ପକ୍ଷରୁ ବହୁ ପ୍ରସ୍ତାବ ହସ୍ତଗତ ହୋଇଛି ବୋଲି ସେ କହିଥିଲେ ।

Loading...

LEAVE A REPLY

Please enter your comment!
Please enter your name here