ଭୁବନେଶ୍ୱର: ଭୁବନେଶ୍ୱର ଗଲ®୍‌ କ୍ଲବ୍‌ ତରଫରୁ ନବଯୁଗ ସହଭାଗିତାରେ ଚତୁର୍ଦ୍ଦଶ ନବଯୁଗ ପୂର୍ବାଞ୍ଚଳ କର୍ପୋରେଟ୍‌ ଗଲ® କପ୍‌ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏଥିରେ ଶାନୁଖ ପାରିକ୍ଷ ସର୍ବଶ୍ରେଷ୍ଠ ମହିଳା ଗଲ®ର ପୁରସ୍କାର ଜିତିଥିବା ବେଳେ ପ୍ରଶାନ୍ତ ମୌର୍ଯ୍ୟ ସର୍ବଶ୍ରେଷ୍ଠ ଆଉଟଷ୍ଟେସନ ପୁରସ୍କାର ହାସଲ କରିଛନ୍ତି । ୧୯ ରୁ ୨୪ ବର୍ଷ ଦିବ୍ୟାଙ୍ଗ ବର୍ଗରେ ବିନାୟକ ଜମୱାଲ ଉପ-ବିଜେତା ହୋଇଥିବା ବେଳେ ଏହି ବର୍ଗରେ ଲକ୍ଷୀ ସ୍ୱାଇଁ ବିଜେତାର ମୁକୁଟ ପରିଧାନ କରିଥିଲେ । ୦ ରୁ ୧୮ ବର୍ଷ ଦିବ୍ୟାଙ୍ଗ ବର୍ଗରେ ସତ୍ୟଜିତ ମହାନ୍ତି ବିଜେତା ଏବଂ ରଞ୍ଜିତ ସିଂହ ଉପ-ବିଜେତା ହୋଇଥିଲେ । ଦଲବୀର ସିଂହ ସର୍ବଶ୍ରେଷ୍ଠ ଗଲ®ର ପୁରସ୍କାର ଜିତିଥିବା ବେଳେ କର୍ପୋରେଟ୍‌ ବର୍ଗରେ ଜେଡ୍‌ ଇଷ୍ଟେଟସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ସିଂହ ଅଟୋମୋଟିଭସ୍‌ ଯଥାକ୍ରମେ ବିଜେତା ଓ ଉପ-ବିଜେତା ପଦକ ହାସଲ କରିଥିଲେ ।
ଓଡିଶା ସରକାରଙ୍କ ଉନ୍ନୟନ କମିଶନର ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅସିତ୍‌ ତ୍ରିପାଠୀଙ୍କ ବ୍ୟତୀତ କ୍ରୀଡାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଏହି ଏକଦିବସୀୟ ପ୍ରତିଯୋଗିତାର ଉଦ୍‌ଘାଟନ କରିଥିଲେ । ପଡୋଶୀ ରାଜ୍ୟ ବିଶ୍ୱସ୍ତରୀୟ ଗଲ®୍‌ କୋର୍ସ ନିର୍ମାଣ ନିମନ୍ତେ ଅନେକ ବୈପ୍ଳବିକ ସୂତ୍ରପାତ କରିଛନ୍ତି ଏବଂ ଭୁବନେଶ୍ୱର ଠାରେ ଏକ ବିଶ୍ୱସ୍ତରୀୟ ଗଲ®୍‌ କୋର୍ସ ନିର୍ମାଣ ପାଇଁ ବର୍ତ୍ତମାନ ସମୟ ଆସିଛି । ଆମେ ରାଜ୍ୟରେ ଏକ ପୂର୍ଣ୍ଣ ବିକଶିତ ଗଲ® କୋର୍ସ ନିର୍ମାଣ ପାଇଁ ଉପଯୁକ୍ତ ଭୂମିର ସନ୍ଧାନ ଜାରି ରଖିଛୁ ବୋଲି ଅସିତ୍‌ ତ୍ରିପାଠୀ ସୂଚନା ଦେଇଛନ୍ତି ।
ଦେଶରେ ଥିବା ଅନୁ୍ୟନ ୨୫ ଗୋଟି ସରକାରୀ ଏବଂ କର୍ପୋରେଟ୍‌ ସଂସ୍ଥାର ପ୍ରତିଯୋଗୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଓଟିଡିସି, ଟିନ୍‌ପ୍ଲେଟ୍‌ କୋ ଲିମିଟେଡ୍‌, ଜସ୍‌ ସଲୁ୍ୟସନ୍ସ, ଜେଡ୍‌ ଇଷ୍ଟେଟସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ଟୟୋଟା, ଉତ୍କଳ ଅଟୋମୋବାଇଲସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ଇମ୍ଫା, ସିଂହ ଅଟୋମୋଟିଭସ୍‌, ଇଡ୍‌କୋ, ଏସିଇ କର୍ମସିଆଲ୍‌ କୋ ପ୍ରାଇଭେଟ୍‌ ଲିମିଟେଡ୍‌, ଟାଟା ଷ୍ଟିଲ୍‌ ଲିମିଟେଡ୍‌, ଏସ୍‌କେ ମେସିନାରିଜ୍‌, ସୂର୍ଯ୍ୟ ଉଦ୍ୟୋଗ ଲିମିଟେଡ୍‌, ଅର୍ଥ ମନ୍ତ୍ରଣାଳୟ (ଭାରତ ସରକାର), ଏସ୍‌ଆରବି ଆସୋସିଏଟସ୍‌, ଗୋଲେïନ୍‌ ଆଙ୍କର୍‌, ଆଦାନୀ ଧାମରା ପୋର୍ଟ୍‌, ଆକ୍ରସ୍‌, ପୂର୍ବତଟ ରେଳପଥ, ଓବିପିଓଓ ସଲୁ୍ୟସନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌, ମିá ମନ୍ତ୍ରା, ଏମସିଏଲ୍‌, ପିଜେ ମିନେରାଲସ୍‌ ଇଣ୍ଟରନ୍ୟାସନାଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ରୟାଲ ହୋଟେଲସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ୍‌ ପରି ବହୁ ନାମୀଦାମୀ ସଂସ୍ଥାର ପ୍ରତିଯୋଗୀମାନେ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ ।
ଭୁବନେଶ୍ୱର ଗଲ® କ୍ଲବ୍‌ ସହରର ଏକ ପ୍ରମୁଖ ଗଲ®୍‌ କ୍ଲବ୍‌ ଯେଉଁଠାରେ ୯ ହୋଲ୍‌ ବିଶିଷ୍ଟ କୋର୍ସ ରହିଛି ଏବଂ ଆଗାମୀ ଦିନରେ ୧୮ ହୋଲ୍‌ ବିଶିଷ୍ଟ ଗଲ® କୋର୍ସ ନିର୍ମାଣର ପରିଯୋଜନା କରାଯାଇଛି । ଇମ୍‌ଫୋସିଟିରେ ଅବସ୍ଥିତ ଏହି ଗଲ® କ୍ଲବ୍‌ ପ୍ରଯୁକ୍ତି ବିଜ୍ଞାନ ସଂସ୍ଥାର ଏକ ପାଶ୍ୱର୍ରେ ଏକ ଭବ୍ୟ ପ୍ରାକୃତିକ ପରିବେଶ ମଧ୍ୟରେ ଗଢି ଉଠିଛି । ସୁଉଚ୍ଚ ପାହାଡ ଉପରେ ସ୍ଥିତ ଏହି ଗଲ® କ୍ଲବ୍‌ରେ ପରିବର୍ତ୍ତନ କରିବା ନିମନ୍ତେ ଉଦ୍ଧିଷ୍ଟ କ୍ଷେତ୍ର, ବାର୍‌ ଓ ଭୋଜନାଳୟ, ସମ୍ମିଳନୀ କକ୍ଷ, କାର୍ଡ କକ୍ଷ, ବିଲିୟାର୍ଡସ୍‌ କକ୍ଷ ଏବଂ ବାଣିଜି୍ୟକ ପରିସରର ସୁବିଧା ଉପଲବ୍ଧ । ଏହି କ୍ଲବ୍‌ କ୍ରୀଡା ଓ ସାମାଜିକ ବାତାବରଣ ସୃଷ୍ଟି କରେ ଏବଂ ରାଜ୍ୟ ରାଜଧାନୀର ଅନେକ ବ୍ୟକ୍ତି ବିଶେଷ ଏହି କ୍ଲବ୍‌ର ସଦସ୍ୟତା ଗ୍ରହଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here