କୋଲକାତା: ବିଜେପି ଚେକ୍‌ ଦେବାପାଇଁ ଚଳିତ ମାସ ୨୨ ତାରିଖରେ ହେବାକୁ ଥିବା ବୈଠକ ଘୁଞ୍ଚିଥିବା ଜଣା ପଡିଛି । ଘଟଣାରୁ ଜଣାପଡିଛି ଯେ,ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ସାକ୍ଷାତ ପରେ ବାକି ପ୍ରସଙ୍ଗ ଉପରେ ଆଲୋଚନା ସହ ମହାମେଣ୍ଟରେ ଟଣାଓଟରା ଆରମ୍ଭ ହୋଇଯାଇଛି । ମମତାଙ୍କ ସହିତ ଭେଟ ପରେ ନାଇଡୁ ଅଣ ବିଜେପି ଦଳଙ୍କ ନଭେମ୍ବର ୨୨ରେ ହେବାକୁ ଥିବା ବୈଠକକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏବେ ଏହି ବୈଠକ ଜାନୁଆରୀ ୧୯ରେ ହେବ ବୋଲି କୁହାଯାଉଛି । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ଏକତାକୁ ମଜବୁତ କରିବା ପାଇଁ ସଂଗଠିତ ହୋଇଥିବା ଅଣ ବିଜେପି ରାଜନୈତିକ ଦଳଙ୍କ ବୈଠକ ନଭେମ୍ବର ୨୨ରେ ଦିଲ୍ଲୀରେ ହେବାର ଥିଲା । ଏହି ବୈଠକରେ ସମସ୍ତ ବିରୋଧୀ ଦଳ ୨୦୧୯ରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ରୋକିବା ଉପରେ ଆଲୋଚନା କରିଥାନ୍ତେ । ବୈଠକ ଜରିଆରେ ବିରୋଧୀ ନିର୍ବାଚନୀ ରାଜ୍ୟରେ ବିରୋଧୀଙ୍କ ଏକତା ମଜବୁତ ରହିଛି ଏବଂ ଦେଶ ପାଇଁ ଏହା ଏକ ବିକଳ୍ପ ବୋଲି ସନ୍ଦେଶ ଦେଇଥାନ୍ତେ । ବିରୋଧୀଙ୍କ ଏହି ବୈଠକ ସେହି ସମୟରେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା ଓ ମିଜୋରାମରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଅଣ ବିଜେପି ଦଳ ଟିଏମସି, ଏନସି, ଡିଏମକେ, ଜେଡିଏସ, ସିପିଆଇ, ସିପିଏମ, ଆପ, ଏସପି, ଆରଜେଡି ଓ ଆରଏଲଡି ‘ଗଣତନ୍ତ୍ର ବଚାଓ, ଦେଶ ବଚାଓ’ର ଲକ୍ଷ୍ୟ ନେଇ ଏକ ସଙ୍ଗେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହୋଇଛନ୍ତି । ବିଜେପି ହିଁ ସେମାନଙ୍କର ମୁଖ୍ୟ ପ୍ରତଦ୍ୱନ୍ଦି ବୋଲି ସେମାନଙ୍କର ଗୋଟିଏ ଲକ୍ଷ୍ୟ । ଏପରି ସ୍ଥିତିରେ ବୈଠକ ଘୁଞ୍ଚିବା ପ୍ରତ୍ୟେକ ଦଳର ମାନସିକତା ଓ ରଣନୀତି ପ୍ରଭାବିତ ହେବା ନିଶ୍ଚିତ । ବର୍ଷକ ପୂର୍ବେ ବିରୋଧୀ ଦଳଙ୍କୁ ଗୋଟିଏ ମଞ୍ଚରେ ଆଣିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚେଷ୍ଟା କରିଥିଲେ । ମମତା ବିଜେପିର ସମସ୍ତ ବିରୋଧୀଙ୍କୁ ଲଢେଇ କରିବା ଉଦ୍ଦେଶ୍ୟ ନେଇ ଗୋଟିଏ ମଞ୍ଚରେ ଆଣିବାର କାମ କରିଥିଲେ ।

Loading...

LEAVE A REPLY

Please enter your comment!
Please enter your name here