ବୃଦ୍ଧାବସ୍ଥା ଆସିବା ସହ ମୁଣ୍ଡରେ ଧଳା କେଶ ଆସିବା ଆରମ୍ଭ ହୋଇଯାଏ ଯାହା ମହିଳାଙ୍କ ମୁଣ୍ଡ ବିନ୍ଧାର କାରଣ ସାଜେ । ଥରେ କେଶ ଧଳା ହେବା ଆରମ୍ଭ ହେଲେ ତାକୁ ପୁନର୍ବାର କଳା କରିବା ଅସମ୍ଭବ । ଏଣୁ ମହିଳାମାନେ କୃତ୍ରିମ ଉପାୟରେ କେଶକୁ କଳା କରିବାର ନିଷ୍କତ୍ତି ନିଅନ୍ତି । କିନ୍ତୁ ଏପରି କରିବା ଦ୍ୱାରା ସେମାନଙ୍କ କେଶ ତଥା ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବପଡିବାରେ ଯଥେଷ୍ଟ ସମ୍ଭାବନା ରହିଥାଏ । ଏଣୁ ଯଦି ଆପଣ କୃତ୍ରିମ ଉପାୟ ପ୍ରସ୍ତୁତ କରାଯାଉଥିବା ରାସାୟନିକ ରଙ୍ଗ ବ୍ୟବହାରରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଘରୋଇ ଉପାୟ କେଶକୁ ରଙ୍ଗ କରନ୍ତୁ । ଏଥିପାଇଁ ଆପଣ ରିଠାଫଳ, ଅଁଳା, ଶିକାକାଇକୁ ରାତିରେ ପାଣିରେ ଭିଜାଇ ରଖନ୍ତୁ । ପରଦିନ ସକାଳେ ବତୁରା ହୋଇଥିବା ସମସ୍ତ ପଦାର୍ଥକୁ ସିଝାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଉକ୍ତ ପେଷ୍ଟରେ ମେହେନ୍ଦି, ଏକ ଚାମଚ କଫି ପାଉଡର ଏବଂ ଗୋଟିଏ ଅଣ୍ଡା ପକାଇ କେଶ ପ୍ରୟୋଗ କରନ୍ତୁ । ଦେଖିବେ ଏହାକୁ ଲଗାଇବା ପରେ ଆପଣଙ୍କ ଚୁଟି ମୁଲାୟମ୍‌ ରହିବା ସହ କଳା ଦେଖାଯିବ । ଯଦି ଆପଣ କେଶକୁ ରଙ୍ଗିନ୍‌ କରିବାକୁ ଚାହୁଁଛନ୍ତି ତେବେ ଏଥିରେ ଆପଣ ବିଟ୍‌ ଫ୍ରୁଟ୍‌ ମଧ୍ୟ ବ୍ୟବହାର
କରିପାରିବେ

Loading...

LEAVE A REPLY

Please enter your comment!
Please enter your name here