ଭାଇରାଲ ହୋଇଛି ଗ୍ଲାମରସ ମଡେଲ ମନ୍ଦୀର ବେଦିଙ୍କ କିଛି ଏମିତି ଫଟୋ ଯାହାକୁ ଦେଖିଲେ ଆପଣଙ୍କ ଆଖି ଫେରିବ ନାହିଁ । ଏମିତିରେ ମନ୍ଦୀରା ଅନ୍ୟ ଅଭିନେତ୍ରୀମାନଙ୍କ ଠାରୁ
ସୋସିଅଲ ମିଡିଆରେ ବେଶ ସକ୍ରିୟ ଅଟନ୍ତି । ଟିଭି ସିରିଏଲ ‘ଶାନ୍ତୀ’ଜରିଆରେ ଘରେ ଘରେ ପରିଚିତି ଲାଭ କରିଥିବା ଅଭିନେତ୍ରୀ ମନ୍ଦିରା ବେଦି ବର୍ତ୍ତମାନ ନିଜ ଫିଟନେସ୍‌ ପାଇଁ ଚର୍ଚ୍ଚାର ପରିସରକୁ ଟାଣି ହୋଇ ଆସିଛନ୍ତି । ୪୫ବର୍ଷିୟା ମନ୍ଦୀରା ନିଜ ପ୍ରକୃତ ବୟସଠାରୁ ଲାଗୁଛନ୍ତି ଆହୁରି ୟଙ୍ଗ । ମନ୍ଦିରା ପେଷାରେ କେବଳ ଜଣେ ଅଭିନେତ୍ରୀ ତା’ନୁହେଁ ସେ ଏକା ଧାରାରେ ଜଣେ ଫ୍ୟାସନ ଡିଜାଇନର, ମଡେଲ ଓ କଳାକାର । ଭାରତର ପ୍ରଥମ ମହିଳା କ୍ରିକେଟ କମେଣ୍ଟେଟର ହେଉଛନ୍ତି ମନ୍ଦିରା । ଏହାଛଡା ମନ୍ଦିରାଙ୍କର ଏକ ସନ୍ତାନ ମଧ୍ୟ ରହିଛି । କୁହାଯାଏ ମନ୍ଦିରା କୁଆଡେ ଗର୍ଭମତୀ ଥିବାବେଳେ ନିଜ ଶରୀରର ୨୨କିଲୋ ଓଜନ ବଢିଯାଇଥିଲେ, କିନ୍ତୁ ସନ୍ତାନକୁ ଜନ୍ମଦେବାପରେ ପୁଣି ମନ୍ଦିରା ପୂର୍ବ ଓଜନକୁ ଫେରିବାରେ ହୋଇଥିଲେ ସଫଳ । ଚଳିତ ବର୍ଷ ମନ୍ଦିରା ନିଜ ଫିଲ୍ମ ‘େୱାଡକା ଡାଏରିଜ୍‌’ ପାଇଁ ବେଶ ଚର୍ଚ୍ଚାରେ ଥିବାବେଳେ ଆଗାମୀ ଦିନମାନଙ୍କରେ ସେ ସାଉଥ୍‌ ସୁପରଷ୍ଟାର ବା ବାହୁବଳୀ ହିରୋଙ୍କ ଆଗାମୀ ଫିଲ୍ମ ସାହୋରେ ଦେଖାଯିବାକୁ ଯାଇଛନ୍ତି । ପ୍ରଭାସ ଓ ଶ୍ରଦ୍ଧା କପୁର ସାହୋରେ ଲିଡରେ ଥିବାବେଳେ ଏମାନଙ୍କ ସହ ଗ୍ଲାମରସ ମନ୍ଦିରା ମଧ୍ୟ ବଡପରଦାରେ ଦର୍ଶନ ଦେବାକୁ ଯାଉଛନ୍ତି । ଏତେସବୁ ଗୁଣର ଅଧିକାରିଣୀ ହୋଇସାରିବା ପରେ ବି ‘ଦିଲୱାଲେ ଦୁଲହନିୟା ଲେଜାଏଙ୍ଗେ’ରେ କରିଥିବା ଏକ ଛୋଟିଆ ଅଭିନୟ ପାଇଁ ମନ୍ଦିରାଙ୍କୁ ମନେ ରଖିଛନ୍ତି ତାଙ୍କ ଫ୍ୟାନ୍ସ ଓ ଦର୍ଶକ । ସାହୋ ରିଲିଜ ହେବା ପରେ ହିଁ ଜଣା ପଡିଯିବ ମନ୍ଦିରା ପୁଣି ତାଙ୍କ ଅଭିନୟ ପାଇଁ ଦର୍ଶକଙ୍କ ପ୍ରୀୟଭାଜନ ହୋଇପାରୁଛନ୍ତି କି ନାହିଁ ।

Loading...

LEAVE A REPLY

Please enter your comment!
Please enter your name here