Cricket - Sri Lanka v India - Third One Day International Match - Pallekele, Sri Lanka - August 27, 2017 - India's captain Virat Kohli looks on as the match was stopped due to rain. REUTERS/Dinuka Liyanawatte - RC141951FF70

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ଇତିହାସ ୧୪୧ ବର୍ଷ ପୁରୁଣା । ଏହାରି ମଧ୍ୟରେ ଅନେକ ରେକର୍ଡ ପ୍ରତିଷ୍ଠା ହୋଇଥିବା ବେଳେ ଏକାଧିକ ନୂଆ କୀର୍ତ୍ତିମାନ ହୋଇଛି । ମାତ୍ର ଆଜି ପର୍ଯ୍ୟନ୍ତ ଗୋଟିଏ ବର୍ଷରେ କୌଣସି ଖେଳାଳି ୩୦୦୦ ରନ ପୂରା କରି ନାହାନ୍ତି। ଏହି ସଂଖ୍ୟାର ପାଖାପାଖି ଏକଦା ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର କୁମାର ସାଙ୍ଗାକାର ହୋଇଥିଲେ । ସାଙ୍ଗାକାର ୨୦୧୪ରେ ୪୮ଟି ମ୍ୟାଚ ଖେଳି ୨୮୬୮ ରନ ସଂଗ୍ରହ କରିଥିଲେ କି;ୁ ୩୦୦୦ ରନ ପୂରଣ ସ୍ୱପ୍ନ ପୂରା ହୋଇ ପାରି ନଥିଲା । ଆଉ ୧୩୨ ରନ ସଂଗ୍ରହ କରିଥିଲେ ସାଙ୍ଗାକାର ଐତିହାସିକ ରେକର୍ଡ ପ୍ରତିଷ୍ଠା କରିଥାନ୍ତେ । ଏବେ ଭାରତୀୟ ଅଧିନାୟକ ବିରାଟ କୋହଲି ଏହି ରେକର୍ଡର ନିକଟତର ହୋଇଛନ୍ତି । ଏହି ରେକର୍ଡର ଅଧିକାରୀ ହେବାକୁ ହେଲେ କୋହଲିଙ୍କୁ ପରିଶ୍ରମ ଏବଂ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ। କୋହଲି ୨୦୧୮ରେ ତିନି ଫର୍ମାଟରେ ୩୪ ମ୍ୟାଚ ଖେଳିଛନ୍ତି, ଯେଉଁଥିରେ ୧୦ ଟେଷ୍ଟ, ୧୪ ଦିନିକିଆ ଏବଂ ୧୦ ଟି-୨୦ ସାମିଲ ଅଛି। ସେ ୩୪ଟି ମ୍ୟାଚରେ ୪୧ ଇନିଂସରେ ୭୨.୮୨ ହାରରେ ୨,୪୭୬ ରନ ସଂଗ୍ରହ କରିଛନ୍ତି ୟ କୋହଲିଙ୍କ ଏହି ସ୍କୋରରେ ୧୦ ଶତକ ସାମିଲ ଅଛି। କୋହଲି ଚଳିତ ବର୍ଷ ଇଂଲଣ୍ଡ ବିରୋଧରେ ୫ ମ୍ୟାଚ ଶୃଙ୍ଖଳାରେ ୫୯୩ ରନ ସଂଗ୍ରହ କରିଥିଲେ। ସେହିଭଳି େୱଷ୍ଟଇଣ୍ଡିଜ ବିରୋଧରେ ୨ ଟେଷ୍ଟ ଶୃଙ୍ଖଳାରେ ୨ ଇନିଂସରେ ୧୮୪ ରନ ସଂଗ୍ରହ କରିଥିଲେ। କୋହଲି ଚଳିତ ବର୍ଷ ୧୪ଟି ଦିନିକିଆରେ ୧୩୩.୫୫ ହାରରେ ୧୨.୨ ରନ ସଂଗ୍ରହ କରିଛନ୍ତି।
ଭାରତକୁ ଚଳିତ ବର୍ଷ ମାତ୍ର ୩ଟି ଟେଷ୍ଟ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବାର ଅଛି । ଚଳିତ କ୍ୟାଲେଣ୍ଡର ବର୍ଷରେ କୋହଲି ୩୦୦୦ ରନ ପୂରଣ କରିବା ପାଇଁ ୩ ଟେଷ୍ଟ ମ୍ୟାଚରେ ୫୩୪ ରନ କରିବାକୁ ପଡ଼ିବ। ଅନ୍ୟପଟରେ ଏହା ଏତେ ସହଜ ନୁହେଁ କି;ୁ ଇଂଲଣ୍ଡ ଭଳି ସୁଯୋଗ ମିଳିଲେ କୋହଲି ଏହି କାମ କରି ଦେଖାଇବା ବଡ଼ କଥା ନୁହେଁ ।

Loading...

LEAVE A REPLY

Please enter your comment!
Please enter your name here