nalco

ମେଲବୋର୍ଣ୍ଣ: ଡେବୁ୍ୟଟାଣ୍ଟ ମୟଙ୍କ ଅଗ୍ରୱାଲ୍‌ ମେଲବୋର୍ଣ୍ଣ ଟେଷ୍ଟର ପ୍ରଥମ ପାଳିରେ ୭୬ ରନ୍‌ ସଂଗ୍ରହ କରି ୭୧ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି । ମୟଙ୍କ ଅଗ୍ରୱାଲ୍‌ ଭାରତର ଅନ୍ୟତମ ପ୍ରଖ୍ୟାତ ବ୍ୟାଟ୍ସମ୍ୟାନ୍‌ ସୁନୀଲ ଗାଭାସ୍କରଙ୍କୁ ପଛରେ ପକାଇ ଦେଇଛନ୍ତି ।
ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ ଟେଷ୍ଟ୍‌ ଡେବୁ୍ୟ ଇନିଂସରେ ସର୍ବାଧିକ ରନ୍‌ କରିବାରେ ସେ ଭାରତୀୟଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛନ୍ତି । ପୂର୍ବରୁ ଏହି ସ୍ଥାନରେ ସୁନୀଲ ଗାଭାସ୍କର ଥିଲେ । ୧୯୭୧ ମସିହାରେ େୱଷ୍ଟଇଣ୍ଡିଜ୍‌ ବିପକ୍ଷରେ ଗାଭାସ୍କର ଡେବୁ୍ୟ କରିଥିଲେ । ପଦାର୍ପଣ ମ୍ୟାଚରେ ସେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଭାବେ ୬୫ ରନ୍‌ କରିଥିଲେ । ଅନ୍ୟପକ୍ଷରେ ମୟଙ୍କ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଭାବେ ଡେବୁ୍ୟ ମ୍ୟାଚରେ ୭୬ ରନ୍‌ କରିଛନ୍ତି। ଏହି ତାଲିକାର ଶୀର୍ଷରେ ରହିଛନ୍ତି ଶିଖର ଧୱନ। ୨୦୧୩ରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବୁ୍ୟ କରିଥିଲେ। ଭାରତର ମୋହାଲିରେ ଏହି ମ୍ୟାଚ୍‌ ଖେଳା ଯାଇଥିଲା । ଏଥିରେ ସେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଭାବେ ଖେଳିଥିଲେ ଓ ୧୮୭ ରନ୍‌ କରିଥିଲେ ।
ତାଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ପୃଥ୍ୱୀ ଶ’ ସେ ଚଳିତ ବର୍ଷ ରାଜକୋଟରେ େୱଷ୍ଟଇଣ୍ଡିଜ୍‌ ବିପକ୍ଷରେ ଟେଷ୍ଟ୍‌ ମ୍ୟାଚ୍‌ ଡେବୁ୍ୟ କରିଥିଲେ ଓ ଓପନର ଭାବେ ପ୍ରଥମ ଇନିଂସରେ ୧୩୪ ରନ୍‌ କରିଥିଲେ ।
ଏହି କ୍ରମରେ ତୃତୀୟ ସ୍ଥାନରେ ଅଛନ୍ତି କେ.ସି ଇବ୍ରାହିମ। ୧୯୪୮ ମସିହାରେ ସେ େୱଷ୍ଟଇଣ୍ଡିଜ୍‌ ବିପକ୍ଷରେ ଟେଷ୍ଟ୍‌ ମ୍ୟାଚ୍‌ ଡେବୁ୍ୟ କରି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଭାବେ ୮୫ ରନ୍‌ ସଂଗ୍ରହ କରିଥିଲେ। ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆରେ ଟେଷ୍ଟ୍‌ ଡେବୁ୍ୟ କରି ସର୍ବାଧିକ ରନ୍‌ ସଂଗ୍ରହକାରୀ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ତାଲିକାର ଶୀର୍ଷରେ ରହିଛନ୍ତି ମୟଙ୍କ । ଏହା ପୂର୍ବରୁ ଏହି ରେକର୍ଡ ଦୁପଡ଼କରଙ୍କ ନାଁରେ ଥିଲା। ୧୯୪୭ରେ ସେ ଅଷ୍ଟ୍ରେଲିଆରେ ଟେଷ୍ଟ୍‌ ଡେବୁ୍ୟ କରି ୫୧ ରନ୍‌ କରିଥିଲେ ।

LEAVE A REPLY

Please enter your comment!
Please enter your name here