ମେଲବୋର୍ଣ୍ଣ ମ୍ୟାଚ୍‌ ବିଜୟ ସହ କୋହଲି ପୂର୍ବତନ ଅଧିନୟକ ସୌରଭ ଗାଙ୍ଗୁଲିଙ୍କ ସମକକ୍ଷ ହୋଇଛନ୍ତି । ଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତ ବିଦେଶରେ ୧୧ଟି ମ୍ୟାଚ୍‌ ଜିତିଥିଲା । ମେଲବୋର୍ଣ୍ଣରେ ଭାରତ ୧୩୭ ରନ୍‌ରେ ଅଷ୍ଟ୍ରେଲିଆକୁ ହରାଇବା ସହ ଅଧିନାୟକ ବିରାଟ ବିଦେଶ ମାଟିରେ ୨୪ଟି ମ୍ୟାଚ୍‌ରେ ଦଳର ନେତୃତ୍ୱ ନେଇ ୧୧ଥର ବିଜୟର ସ୍ୱାଦ ଚଖାଇଛନ୍ତି । ତେବେ ଗାଙ୍ଗୁଲି ୨୮ଟି ମ୍ୟାଚ୍‌ରୁ ୧୧ଟି ଜିତିଥିବା ବେଳେ ମହେନ୍ଦ୍ର ସିଂ ଧୋନି ୩୦ ମ୍ୟାଚରୁ କେବଳ ୬ଟି ଜିତି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି । ତାଙ୍କ ପଛକୁ ରାହୁଲ ଦ୍ରାବିଡ ୧୭ ମ୍ୟାଚ୍‌ରୁ ୫ଟିରେ ଦଳକୁ ବିଜୟୀ କରିଥିଲେ । ଏତଦ୍‌ଭିନ୍ନ ଟସ୍‌ ଜିତିବା ରେକର୍ଡ ତାଲିକାରେ କୋହଲି ପ୍ରଥମରେ ରହିଛନ୍ତି । ସେ ୨୧ଥର ଟସ୍‌ ଜିତିଥିବା ବେଳେ ଦଳ ୧୮ଥର ବିଜୟୀ ଓ ୩ଥର ଡ୍ର’ ରଖିଛି । ବିଦେଶରେ କୋହଲି ୯ଟି ମ୍ୟାଚ୍‌ରେ ଟସ୍‌ ଜିତିଥିବା ବେଳେ ଭାରତ ୮ଟି ଜିତିଥିବା ବେଳେ ଗୋଟିଏ ଡ୍ର’ ରଖିଛି ।

LEAVE A REPLY

Please enter your comment!
Please enter your name here