ଭୁବନେଶ୍ୱର: ଗାଡକଣରେ ଆୟୋଜିତ ଜୁନିୟର କ୍ରିକେଟ ଲିଗ୍‌ର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି । ଟାଇଟଲ ଟMରରେ ଶହୀଦ ସ୍ପୋର୍ଟିଂ ଓ ପାରାମାଉଣ୍ଟ ପରସ୍ପରକୁ ଭେଟିବେ । ବୁଧବାର ପ୍ରଥମ ସେମିଫାନାଲରେ ପାରାମାଉଣ୍ଟ ଓ ରାମେଶ୍ୱର ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ ପ୍ରଥମେ ବ୍ୟାଟିଂ କରି ରାମେଶ୍ୱର ୨୫ ଓଭରରେ ୭ ୱିକେଟ ହରାଇ ୧୦୯ରନ୍‌ କରିଥିଲା । ଜବାବରେ ପାରାମାଉଣ୍ଟ ୨୧.୪ ଓଭରରେ ଦୁଇ ୱିକେଟ୍‌ ହରାଇ ୧୧୫ରନ୍‌ କରି ବିଜୟୀ ହୋଇଛି । ପ୍ରତୁ୍ୟଷ ପ୍ରକାଶ ସାହୁଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ବିବେଚିତ କରାଯାଇଥିଲା ।
ଦ୍ୱିତୀୟ ସେମି ଫାଇନାଲ ଗ୍ରୀନ୍ସ ଏକାଡେମୀ ଓ ଶହୀଦ ସ୍ପୋର୍ଟିଂ ମଧ୍ୟରେ ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଗ୍ରାନ୍ସ ଏକାଡେମୀ ୨୫ ଓଭରରେ ୯୧ରନ୍‌ କରିଥିଲା । ଶହୀଦ ସ୍ପୋର୍ଟିଂ ୧୯.୩ ଓଭରରେ ୩ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ସୌମିତ ବିଶ୍ୱାଳଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ବିବେଚିତ କରାଯାଇଥିଲା । ୬ ତାରିଖରେ ଫାଇନାଲ ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here