ଭୁବନେଶ୍ୱର : ନିକଟ ଅତୀତରେ ଢ଼େଙ୍କାନାଳ ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ବଳରାମପୁର ଗ୍ରାମରେ ଥିବା ଝିଙ୍କରଗଡ଼ି ଜଙ୍ଗଲରେ ପ୍ରସ୍ତାବିତ ବିୟର ଫ୍ୟାକ୍ଟ୍ରି ପ୍ରତିଷ୍ଠା ପାଇଁ ଶହ ଶହ ସଂଖ୍ୟାରେ ମୂଲ୍ୟମାନ ଗଛ କଟାଯିବା ଘଟଣା ଉପରେ ଅନୁଧ୍ୟାନ କରିବା ପାଇଁ ବିରୋଧି ଦଳର ନେତା ନରସିଂହ ମିଶ୍ର ଯାଇଥିଲେ । ସେଠାରେ ପହଂଚିବା ପରେ ରେଂଜର ଉପଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ଜମିର କିସମ ବଦଳି କିପରି ହେଲା ସେ ସମ୍ପର୍କରେ ଆଲୋଚନା କରିଥିଲେ । ପତିତ ଜମି କିପରି ଗୋଚର ହେଲା ବୋଲି ପ୍ରଶ୍ନ କରିଥିଲେ । ତାର ଉତର ଏମାନେ ସନ୍ତୋଷ ଜନକ ଭାବେ ଦେଇ ପାରିନଥିଲେ । ଏହାବ୍ୟତୀତ ଗଛକଟାକୁ ବିରୋଧ କରି ପୋଲିସ ଦ୍ୱାରା ମାଡ଼ ଖାଇଥିôବା ଲୋକମାନଙ୍କୁ ଭେଟି ପଚାରି ବୁଝିଥିଲେ ।

Loading...

LEAVE A REPLY

Please enter your comment!
Please enter your name here