nalco

ଭୁବନେଶ୍ୱର: ମୁମ୍ବାଇର ମହିନ୍ଦ୍ରା ହକି ଷ୍ଟାଡିୟମ୍‌ରେ ଆୟୋଜିତ ଦ୍ୱିତୀୟ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ହକିର ପଞ୍ଚମ ଦିନ ଓଡ଼ିଶା ଓ ହରିୟାଣା ୨୧ ବର୍ଷରୁ କମ୍‌ ପୁରୁଷ ବର୍ଗର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରଥମ ସେମିରେ ପଞ୍ଜାବ-ହରିୟାଣା ଏବଂ ଦ୍ୱିତୀୟ ସେମିଫାଇନାଲ ଓଡ଼ିଶା-ଉତ୍ତରପ୍ରଦେଶ ମଧ୍ୟରେ ଖେଳାଯିବ । ପୁଲ୍‌ ବି’ର ପ୍ରଥମ ମ୍ୟାଚ୍‌ରେ ହରିୟାଣା ୬-୧ ଗୋଲରେ ମହାରାଷ୍ଟ୍ରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲା । ସେହିଭଳି ଦ୍ୱିତୀୟ ମ୍ୟାଚ୍‌ରେ ଓଡ଼ିଶାର ପ୍ରଭାବୀ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଏହି ମ୍ୟାଚ୍‌ରେ ଓଡ଼ିଶା ୨-୧ ଗୋଲ୍‌ରେ ଝାଡ଼ଖଣ୍ଡକୁ ପରାସ୍ତ କରି ୯ ପଏଣ୍ଟ ସହ ଚତୁର୍ଥ ଦଳ ଭାବେ ସେମିରେ ପ୍ରବେଶ କରିଛି ।

LEAVE A REPLY

Please enter your comment!
Please enter your name here