ଭୁବନେଶ୍ୱର: ବିଶ୍ୱ ର୍ୟାଙ୍କିଙ୍ଗ୍‌ର ନଂ.୧ ଅଷ୍ଟ୍ରେଲିଆ ଚଳିତ ଚତୁର୍ଦଶ ପୁରୁଷ ହକି ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ପୁଲ ବି’ର ଏକ ମ୍ୟାଚରେ ଅଷ୍ଟ୍ରେଲିଆ ୩-୦ ଗୋଲରେ ଇଂଲଣ୍ଡକୁ ପରାସ୍ତକରି ଶୀର୍ଷସ୍ଥାନ ବଜାୟ ରଖିଥିଲା । ତେବେ ଏହି ପୁଲ୍‌ର ଅନ୍ୟ ଏକ ମ୍ୟାଚ୍‌ ଚୀନ୍‌-ଆୟରଲାଣ୍ଡ ମଧ୍ୟରେ ୧-୧ ଗୋଲ୍‌ରେ ଡ୍ର’ ରହିବାରୁ ଅଷ୍ଟ୍ରେଲିଆ ପ୍ରଥମ ଦଳ ଭାବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । କ୍ରସ୍‌ଓଭର ପର୍ଯ୍ୟାୟ ନିମନ୍ତେ ଚୀନ, ଆୟରଲାଣ୍ଡ ଓ ଇଂଲଣ୍ଡର ଭାଗ୍ୟ ପରୀକ୍ଷା ହେବ । ଜମାଣିଆ ପ୍ରଦର୍ଶନ ପାଇଁ ମାଥୁ୍ୟ ସ୍ୱନଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା । ଅତିଥି ଭାବେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତିମନ୍ତ୍ରୀ ଅଶୋକ ପଣ୍ଡାଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ । ମ୍ୟାଚ୍‌ ପ୍ରାରମ୍ଭରେ ପୋଲିସ୍‌ କମିଶନର ସତ୍ୟଜିତ ମହାନ୍ତି ଅତିଥି ଭାବେ ଯୋଗଦେଇ ଦୁଇ ଦଳର ଖେଳାଳିଙ୍କ ସହ ପରିଚିତ ହେବାପରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା । ଜ୍ୟାକ୍‌ ହେ୍ୱଟନ୍‌, ବ୍ଳେକ ଗୋଭର ଓ କୋରୀ ୱିଅରଙ୍କ ଗୋଲସ୍କୋର ମ୍ୟାଚର ଚର୍ଚ୍ଚିତ ଘଟଣା ଥିଲା ।
ବିଶ୍ୱ ର୍ୟାଙ୍କିଙ୍ଗର ୭ ନମ୍ବର ଦଳ ଇଂଲଣ୍ଡ ଓ ଏକ ନମ୍ବର ଦଳ ଅଷ୍ଟ୍ରେଲିଆ ପରସ୍ପରକୁ ଭେଟିଥିଲେ । ଉଭୟ ଟିମ ମ୍ୟାଚ୍‌ ଆରମ୍ଭରୁ ବେଶରକ୍ଷଣାତ୍ମକ ପ୍ରଦର୍ଶନ ଦେଖିଇଥିଲେ । ଏପରିକି ପ୍ରଥମାର୍ଦ୍ଧର ୩୦ ମିନିଟ ଖେଳ ଗୋଲଶୂନ୍ୟ ରହିଥିଲା । ଏପରିକି ତୃତୀୟ କ ୍ୱାର୍ଟରରେ ବିକେହିକାହାରିକୁ ଗୋଲ ଦେବାରେ ସମର୍ଥ ହୋଇନଥିଲେ । ମ୍ୟାଚ ଡ୍ର’ ରହିବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଥିଲା । କି;ୁୁ ଚତୁର୍ଥ କ ୍ୱାର୍ଟରରେ ଅସଲ ଖେଳ ଦେଖାଇଥିଲା ଅଷ୍ଟ୍ରେଲିଆ। ଶେଷ ୧୫ ମିନିଟ ଖେଳରେ ଗୋଟିଏ କି ଦୁଇଟି ନୁହେଁ ବରଂ ହ୍ୟାଟ୍ରିକ୍‌ ଗୋଲ କରି ଇଂଲଣ୍ଡକୁ ହାତଟେକିବାକୁ ବାଧ୍ୟ କରିଥିଲା । ମ୍ୟାଚର ୪୭ତମ ମିନିଟରେ ଜ୍ୟାକ୍‌ହେ୍ୱଟନ୍‌ ଜମାଣିଆ ଫିଲïଗୋଲ କରିଥିଲେ । ଏହାର ୩ ମିନିଟ ପରେ ଅର୍ଥାତ୍‌ ୫୦ତମ ମିନିଟରେ ବ୍ଲେକଗୋଭର ଏବଂ ୫୬ତମ ମିନିଟରେ କୋରୀୱିଅର ଗୋଲ ସ୍କୋର କରି ମ୍ୟାଚର ମୁଣ୍ଡି ମାରିଥିଲେ । ୭ ତାରିଖ ଅଷ୍ଟ୍ରେଲିଆ-ଚୀନ ଏବଂ ଆୟରଲାଣ୍ଡ-ଇଂଲଣ୍ଡ ମଧ୍ୟରେ ପୁଲ ବି’ ପର୍ଯ୍ୟାୟର ଶେଷ ଲିଗ୍‌ ମ୍ୟାଚ୍‌ ଖେଳାଯିବ ।

Loading...

LEAVE A REPLY

Please enter your comment!
Please enter your name here