ଭୁବନେଶ୍ୱର: ଚତୁର୍ଦଶ ହକି ବିଶ୍ୱକପ୍‌ରେ ଆୟୋଜକ ଭାରତ ଶେଷ ଲିଗ୍‌ ମ୍ୟାଚ୍‌ରେ ଜମାଣିଆ ବିଜୟ ସହ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି । ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ୫-୧ ଗୋଲରେ କାନାଡାକୁ ହରାଇ ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖିଛି । ୩ ମ୍ୟାଚ୍‌ରୁ ୨ ବିଜୟ ଓ ଗୋଟିଏ ଡ୍ର’ ରଖି ୭ ପଏଣ୍ଟ ପାଇଛି ଭାରତ । ପୁଲ୍‌ ସି’ରୁ ବେଲଜିୟମ୍‌ ଓ କାନାଡା କ୍ରସ୍‌ଓଭର ଯୋଗ୍ୟତା ଅର୍ଜନ କରିଥିବା ବେଳେ ଦ.ଆଫ୍ରିକା ବିଶ୍ୱକପ୍‌ ଅଭିଯାନ ଶେଷ କରିଛି । ଡବଲ ଗୋଲସ୍କୋର କରିଥିବା ଲଳିତ ଉପାଧ୍ୟାୟାଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଥିଲା । ହରମନପ୍ରୀତ ସିଂ, ଚିଙ୍ଗଲେନ୍‌ ସାନା, ଅମିତରୋହି ଦାସ ଓ ଲଳିତ ଉପାଧ୍ୟାୟଙ୍କ ଗୋଲ୍‌ ସ୍କୋର ମ୍ୟାଚ୍‌ର ଚର୍ଚ୍ଚିତ ଅଧ୍ୟାୟ ଥିଲା ।
କଳିଙ୍ଗ ଷ୍ଟାଡିୟମ୍‌ର ଘରୋଇ ମାହୋଲରେ ଟିମ୍‌ ଇଣ୍ଡିଆ ଏକ ଜବରଦସ୍ତ ପ୍ରଦର୍ଶନ ଦେଖାଇଛି । ଡିଫେଣ୍ଡିଂ ଚାମ୍ପିଅନ୍‌ ଅଷ୍ଟ୍ରେଲିଆ ପରେ ଭାରତ ଦ୍ୱିତୀୟ ଦଳ ଭାବେ ଚଳିତ ବିଶ୍ୱକପ୍‌ର ଟାଇଟଲ ଦାବିଦାର ବୋଲି କାନାଡା ବିପକ୍ଷ ମ୍ୟାଚ୍‌ରେ ଶକ୍ତି ପ୍ରଦର୍ଶନ ସହ ଏହା ପ୍ରମାଣିତ କରିଛନ୍ତି । ମ୍ୟାଚ୍‌ ଆରମ୍ଭରୁ ଦର୍ଶକ ଏକ ପଇସା ଅସୁଲ ମ୍ୟାଚ୍‌ ହେବ ବୋଲି ଆଶା କରୁଥିଲେ । ତାହାହିଁ ହେଲା । ଶେଷ ଯାଏଁ ଭାରତୀୟ ଦବଦବା ତଳେ କାନାଡା ଖେଳାଳି ଦବି ଯାଇଥିବା ଭଳି ପ୍ରତୀୟମାନ ହେଉଥିଲା । ମ୍ୟାଚ୍‌ର ଦ୍ୱାଦଶ ମିନିଟ୍‌ ଟିମ୍‌ ଇଣ୍ଡିଆ ଓ ଦର୍ଶକଙ୍କ ପାଇଁ ଖୁସିର ମୁହୂର୍ତ୍ତ ଥିଲା । ପେନାଲଫି କର୍ଣ୍ଣରକୁ ହରମନପ୍ରୀତ ସିଂ ଗୋଲ୍‌ରେ ପରିଣତ କରି ସଭିଙ୍କ ମନରେ ଉସିାହ ଭରି ଦେଇଥିଲେ । ପ୍ରଥମାର୍ଦ୍ଧରେ ଆଉ ଗୋଲ୍‌ ହୋଇନଥିଲା । ମଧ୍ୟାନ୍ତର ବ୍ରେକ ପରେ କାନାଡା ଗୋଲ୍‌ ସୁଝାଇବାକୁ ସମର୍ଥ ହୋଇଥିଲା । ୩୯ତମ ମିନିଟ୍‌ରେ ଭାନ ସନ୍‌ ଫ୍ଲୋରିସ୍‌ ଜମାଣିଆ ଫିଲï ଗୋଲ୍‌ କରି ୧-୧ରେ ବରାବର କରିଥିଲେ । ତୃତୀୟ କ୍ୱାର୍ଟର ଶେଷ ହେବା ପରେ ଭାରତୀୟ ଶିବିରରେ ଶଙ୍କା ଖେଳି ଯାଇଥିଲା । ଧୈର୍ଯ୍ୟର ସହ ତୀବ୍ର ଆକ୍ରମଣ କରିବାକୁ ଗୁରୁ ମନ୍ତ୍ର ଦେଇଥିଲେ କୋଚ୍‌ ହରେନ୍ଦ୍ର ସିଂ । ଚତୁର୍ଥ କ୍ୱାର୍ଟରରେ ଦର୍ଶକଙ୍କ ଉସିାହ ଦ୍ୱିଗୁଣିତ ହୋଇଥିଲା । ୧୫ ମିନିଟ୍‌ ଖେଳ ମଧ୍ୟରେ ପଛକୁ ପଛ ଆଉ ୪ଟି ଗୋଲ କରି ଭାରତୀୟ ଖେଳାଳି ସବୁ କିଛି ଓଲଟପାଲଟ କରି ଦେଇଥିଲେ । ଚିଙ୍ଗଲେନ୍‌ସାନା କଙ୍ଗୁଜାମ ଫିଲï ଗୋଲ କରି ଦଳ ବିଜୟ ନିଶ୍ଚିତ କରିଥିଲେ । ଏହାପରେ ଲଳିତ ଉପାଧ୍ୟାୟ ୪୭ ମିନିଟ୍‌ ଓ ୫୧ତମ ମିନିଟ୍‌ରେ ପେନାଲଫି କର୍ଣ୍ଣରକୁ ଓଡ଼ିଆ ଡିଫେଣ୍ଡର ଅମିତରୋହି ଦାସ ଗୋଲ୍‌ରେ ପରିଣତ କରି କାନାଡାର ଅଡୁଆ ବଢ଼ାଇଥିଲେ । ପୁଣି ୫୭ତମ ମିନିଟ୍‌ରେ ଲଳିତ ଉପାଧ୍ୟାୟ ବ୍ୟକ୍ତିଗତ ଦ୍ୱିତୀୟ ତଥା ପଞ୍ଚମ ଗୋଲ୍‌ କରି ମ୍ୟାଚ୍‌ର ମୁଣ୍ଡି ମାରିଥିଲେ । ପରାଜୟ ସତ୍ତେ୍ୱ କାନାଡା ୩ ମ୍ୟାଚ୍‌ରୁ ୧ ପଏଣ୍ଟ ସହ କ୍ରସ୍‌ଓଭରରେ ପ୍ରବେଶ କରିଛି । ପୁଲ୍‌ ଡି’ର ଶେଷ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ରବିବାର ଖେଳାଯିବ । ଏହାର ଫଳାଫଳ ଆଧାରରେ କ୍ରସ୍‌ଓଭର ମୁକାବିଲା ସ୍ପଷ୍ଟ ହେବ ।

Loading...

LEAVE A REPLY

Please enter your comment!
Please enter your name here