ବିଦା ହେଲା ସ୍ପେନ୍‌
ଫ୍ରାନ୍ସ, ନୁ୍ୟଜିଲାଣ୍ଡକୁ କ୍ରସ୍‌ଓଭର ଯୋଗ୍ୟତା
ଭୁବନେଶ୍ୱର: ନାଟକୀୟ ଢ଼ଙ୍ଗରେ ଶେଷ ହୋଇଛି ପୁଲ୍‌ ଏ’ର ସମସ୍ତ ଲିଗ୍‌ ମ୍ୟାଚ୍‌ । ଦୀର୍ଘ ୨୮ ବର୍ଷ ପରେ ବିଶ୍ୱକପ୍‌ ଯୋଗ୍ୟତା ହାସଲ କରିଥିବା ଫ୍ରାନ୍ସ ୫-୩ ଗୋଲ୍‌ରେ ଶକ୍ତିଶାଳୀ ଆର୍ଜେଣ୍ଟିନାକୁ ପରାସ୍ତ କରି କ୍ରସ୍‌ଓଭରରେ ସ୍ଥାନ ପMା କରିଛି । ପରାଜୟ ସତ୍ତେ୍ୱ ଆର୍ଜେଣ୍ଟିନା ୩ ମ୍ୟାଚ୍‌ରୁ ୬ ପଏଣ୍ଟ ସହ ସିଧାସଳଖ କ୍ୱାର୍ଟରଫାଇନାଲ ଯୋଗ୍ୟତା ଅର୍ଜନ କରିଛି । ଅପରପକ୍ଷରେ ଟେବୁଲର ଶେଷ ଦଳ ସ୍ପେନ୍‌ ୨ ପଏଣ୍ଟ ସହ ଲିଗ୍‌ ପର୍ଯ୍ୟାୟରୁ ବିଶ୍ୱକପ୍‌ ଅଭିଯାନ ଶେଷ କରିଛି । ଆର୍ଜେଣ୍ଟିନାର ପରାଜୟ ସ୍ପେନ୍‌କୁ ବିଶ୍ୱକପ୍‌ରୁ ବିଦା କରିଛି । ଯଦି ଏହି ମ୍ୟାଚ୍‌ରେ ଆର୍ଜେଣ୍ଟିନା ବିଜୟୀ ହୋଇଥାନ୍ତା, ତେବେ ସ୍ପେନ୍‌ ବଦଳରେ ଫ୍ରାନ୍ସକୁ ଘରବାହୁଡା ହେବାକୁ ପଡ଼ିଥାନ୍ତା । ମ୍ୟାଚ ଆରମ୍ଭ ହେବା ପୂର୍ବରୁ କ୍ରିକେଟ୍‌ କିମ୍ବଦନ୍ତୀ ଅନିଲ କୁମ୍ବଲେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଭୟ ଦଳର ଖେଳାଳିଙ୍କ ସହ କରମର୍ଦ୍ଦନ କରିଥିଲେ । ଏହାପରେ କୁମ୍ବଲେ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଗ୍ୟାଲେରୀରେ ଥିବା ସ୍ୱତନ୍ତ୍ର ଚାମ୍ବରରେ ବସି ମ୍ୟାଚ୍‌ର ମଜା ନେଇଥିଲେ ।
ଚିତାକର୍ଷକ ମ୍ୟାଚ୍‌ରେ ଫ୍ରାନ୍ସ ଆରମ୍ଭରୁ ଜିତିବାକୁ ମନସ୍ଥ କରିଥିଲା । ମ୍ୟାଚ୍‌ର ପ୍ରଥମ କ୍ୱାର୍ଟର ୧୫ ମିନିଟ୍‌ ଖେଳ ଗୋଲଶୂନ୍ୟ ରହିଥିଲେ ମଧ୍ୟ ପ୍ରଥମାର୍ଦ୍ଧ ହ୍ୱିସିଲ ବାଜିବା ପୂର୍ବରୁ ୪ଟି ଗୋଲ କରି ଫ୍ରାନ୍ସ ସଭିଙ୍କୁ ହତଚକିତ କରିଦେଇଥିଲା । ବିଶ୍ୱର ଶ୍ରେଷ୍ଠ ଦଳ ମଧ୍ୟରେ ସ୍ଥାନ ପାଇନଥିବା ଫ୍ରାନ୍ସ ବିଶ୍ୱକପ୍‌ ଲିଗ୍‌ ପର୍ଯ୍ୟାୟରେ ଏଭଳି ବିପର୍ଯ୍ୟୟ ଘଟାଇ ବୋଲି ଆର୍ଜେଣ୍ଟିନା କଳ୍ପନା କରିନଥିଲା । ୧୮ତମ ମିନିଟ୍‌ରେ ପୁଗୋ ଜେନେଷ୍ଟି ପ୍ରଥମ ଫିଲï ଗୋଲ କରିଥିଲେ । ପୁଣି ୨୩ତମ ମିନିଟ୍‌ରେ ପେନାଲଫି କର୍ଣ୍ଣରକୁ ଭିଟର ଚାର୍ଲେଟ୍‌ ଗୋଲ କରି ବ୍ୟବଧାନକୁ ୨-୦ କରିଥିଲେ । ୨୬ତମ ମିନିଟ୍‌ରେ କୋଜିନ୍‌ ଆରିଷ୍ଟିଡେ ଏବଂ ୩୦ତମ ମିନିଟ୍‌ରେ ଗାସ୍ପାର୍ଡ ବୌମ୍‌ଗାର୍ଟେନ୍‌ ଗୋଲ କରିଥିଲେ । ଆର୍ଜେଣ୍ଟିନାର ଲୁକାଜ ମାର୍ଟିନେଜ୍‌ ୨୮ତମ ମିନିଟ୍‌ରେ ଗୋଲ ପରିଶୋଧ କରିଥିଲେ । ଫଳରେ ପ୍ରଥମାର୍ଦ୍ଧ ମ୍ୟାଚ୍‌ ୪-୧ ସ୍ଥିତିରେ ରହିଥିଲା ।
ପ୍ରଥମାର୍ଦ୍ଧ ବ୍ରେକ୍‌ ପରେ ଆର୍ଜେଣ୍ଟିନା ଆକ୍ରମଣକୁ ତୀବ୍ର କରିଥିଲା । ଏହି ୩୦ ମିନିଟ୍‌ର ଖେଳରେ ଆର୍ଜେଣ୍ଟିନା ପକ୍ଷରୁ ଦୁଇଟି ଏବଂ ଫ୍ରାନ୍ସ ପକ୍ଷରୁ ଆଉ ଗୋଟିଏ ଗୋଲ ହୋଇଥିଲା । ଗୋଞ୍ଜାଲୋ ପିଲାଟ୍‌ ୪୪ତମ ଓ ୪୮ତମ ମିନିଟ୍‌ରେ ଡବଲ ଗୋଲ୍‌ କରିଥିଲେ । ୫୪ତମ ମିନିଟ୍‌ରେ ଫ୍ରାନ୍ସର ଫ୍ରାଙ୍କୋଇଜ୍‌ ଗୋଏଟ୍‌ ଗୋଲ୍‌ କରିବାରୁ ମ୍ୟାଚ୍‌ ୫-୩ରେ ଶେଷ ହୋଇଥିଲା ।

ଗୋଟିଏ ମ୍ୟାଚ୍‌ରୁ ପାକ୍‌ ଖେଳାଳି ବଟ୍‌ ବାସନ୍ଦ
ବୁଧବାର ପାକିସ୍ତାନ-ମାଲେସିଆ ମ୍ୟାଚ୍‌ ବେଳେ ବିଶୃଙ୍ଖଳିତ ଆଚରଣ ପାଇଁ ପାକ୍‌ ଖେଳାଳି ଅମଦ ବଟଙ୍କ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ କରାଯାଇଛି । ମ୍ୟାଚ୍‌ର ୪୦ ତମ ମିନିଟ୍‌ରେ ଅମଦ ବଟ ରେଫରୀଙ୍କ ନିଷ୍ପତ୍ତି ଉପରେ ଆପତ୍ତି ଆଣି ଅଭିଯୋଗ କରିଥିଲେ । ଏଫ୍‌ଆଇଏଚ୍‌ ଟେକ୍ନିକାଲ ଡେଲିଗେଟ୍ସ ଏହି ଘଟଣା ଉପରେ ଅନୁଧ୍ୟାନ କରି ବଟଙ୍କୁ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ କରିଥାନ୍ତି । ଅର୍ଥାତ୍‌ ୯ ତାରିଖ ନେଦରଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଅମଦ ବଟ୍‌ ଖେଳିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି ।

Loading...

LEAVE A REPLY

Please enter your comment!
Please enter your name here