ଭୁବନେଶ୍ୱର : ଓଡ଼ିଶାର ଐତିହ୍ୟ ଉପରେ ଅଶାଳୀନ ମନ୍ତବ୍ୟ ଦେଇ ଜେଲରେ ଥିବା ଅଭିଜିତ ଆୟାର ମିତ୍ର ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଲେଖିଥିବା ଚିଠିରେ ତାଙ୍କୁ କ୍ଷମା ଦେବାପାଇଁ ଅନୁରୋଧ କରିଛନ୍ତି । ଏଥିରେ ସେ ଦର୍ଶାଇଛନ୍ତି ଯେ, ଓଡ଼ିଶା ବିଧାନସଭା କ୍ଷମା ଦେଇଥିବାରୁ ରାଜ୍ୟ ସରକାର ତଙ୍କୁ କ୍ଷମା ଦେବା ପାଇଁ ଆବେଦନ କରିଛନ୍ତି । ଏହି ଚିଠି ଶ୍ରୀ ଆୟାର ନଭେମ୍ବର ୨୦ ତାରିଖରେ ପଠାଇଥିଲେ । ଜେଲ ବିଭାଗର ଡିଆଇଜି ଡିସେମ୍ବର ୩ ତାରିଖରେ ଉକ୍ତ ଚିଠିକୁ ହୋମ ଡିପାର୍ଟମେଂଟକୁ ପଠାଇଛନ୍ତି । ତାଙ୍କର ଦେହ ଅସୁସ୍ଥ ହୋଇପଡ଼ିଥିବାରୁ ମାମଲା ବିଗିଡ଼ିବାର ଆଶାରେ ଏହି ଚିଠି ପଠାଇଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ କାଲି ସେ ପେଟରେ ଯନ୍ତ୍ରଣା ଅନୁଭବ କଲେ । କଡ଼ା ସୁରକ୍ଷା ବଳୟ ଭିତରେ ତାଙ୍କୁ ଚିକିତ୍ସା ପାଇଁ ଜେଲରୁ କ୍ୟାପିଟାଲ ହସ୍ୱିଟାଲକୁ ଅଣାଯାଇଥିଲା ।

Loading...

LEAVE A REPLY

Please enter your comment!
Please enter your name here