nalco

ମୁମ୍ବାଇ: ୨୦୧୮ ବର୍ଷର ମୋଷ୍ଟ ଭ୍ୟାଲୁଏବଲ ସେଲିବ୍ରିଟି ତାଲିକାର ଶୀର୍ଷରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ରହିଛନ୍ତି । କୋହଲିଙ୍କ ବ୍ରାଣ୍ଡ ଭ୍ୟାଲୁରେ ୧୮ ଶତକଡା ବୃଦ୍ଧି ହୋଇଛି । ୨୪ଟି କମ୍ପାନୀ ସହ ଜଡିତ ଥିବା ବିରାଟ କୋହଲିଙ୍କ ୨୦୧୮ ବର୍ଷର ଆୟ ୧୭୦.୮ ମିଲିୟନ୍‌ ଡଲାର । ଗୁରୁବାର ଭାରତୀୟ ମୋଷ୍ଟ ଭ୍ୟାଲୁଏବଲ ସେଲିବ୍ରିଟି ତାଲିକା ପ୍ରକାଶ ପାଇଛି । ବଲିଉଡ ଅଭିନେତ୍ରୀ ଦିପିକା ପାଦୁକୋନ୍‌ ୨୧ଟି ବ୍ରାଣ୍ଡସହ ଜଡ଼ିତ ଅଛନ୍ତି । ୨୦୧୮ରେ ଦୀପିକାଙ୍କ ଆୟ ୧୦୨.୫ ମିଲିୟନ୍‌ ଡଲାର ଏହି ତାଲିକାର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଥିବା ବିରାଟ ଓ ଦୀପିକାଙ୍କ ବ୍ୟତୀତ ଅନ୍ୟ ସେଲିବ୍ରିଟିଙ୍କ ଆୟ ୧୦୦ ମିଲିୟନ୍‌ ଡଲାର ଟପି ନାହିଁ । ୨୦ ଜଣ ସେଲିବ୍ରିଟିଙ୍କ ମୋଟ୍‌ ଆୟ ୮୭୭ ମିଲିୟନ ଡଲାର ହୋଇଥିବା ବେଳେ ଏହାର ଶତକଡ଼ା ୭୫ ଭାଗ ଶ୍ରେଷ୍ଠ ୧୦ ଜଣଙ୍କ ଆୟ । ଅକ୍ଷୟ କୁମାର ୬୭.୩ ମିଲିୟନ୍‌ ଡଲାର ସହ ତୃତୀୟ ଏବଂ ରଣବୀର ସିଂ ୬୩ ମିଲିୟନ୍‌ ଡଲାର ସହ ଚତୁର୍ଥ ସ୍ଥାନରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here