ସିଡନୀ: ବିଶ୍ୱ କ୍ରିକେଟ୍‌ରେ ବିରାଟ କୋହଲିଙ୍କ ପ୍ରଭାବ ସୁଦୂରପ୍ରସାରୀ । ଖୁବ୍‌ କମ୍‌ ସମୟ ମଧ୍ୟରେ ବିରାଟ କ୍ରିକେଟ୍‌ର ସବୁ ଫର୍ମାଟ୍‌ରେ ଜମାଣିଆ ପ୍ରଦର୍ଶନ ଦେଖାଇ ଶ୍ରେଷ୍ଠତା ପ୍ରମାଣିତ କରିଛନ୍ତି । ଏପରିକି କ୍ରିକେଟ୍‌ ଭଗବାନ ସଚିନ ତେନ୍ଦୁଲକରଙ୍କ କୀର୍ତ୍ତିମାନକୁ କୋହଲି ଅତିକ୍ରମ କରିଯିବେ ବୋଲି ଅନେକ ଭବିଷ୍ୟବାଣୀ କରିଛନ୍ତି । କ୍ୟାରିୟର ସର୍ବଶ୍ରେଷ୍ଠ ସୋପାନ ଦେଇ ଗତି କରୁଥିବା କୋହଲି ହଠାତ୍‌ ନିଜ ଅବସର ପ୍ଲାନ୍‌ ସମ୍ପର୍କରେ ସୂଚନା ଦେଇ ସଭିଙ୍କୁ ଆଚମ୍ବିତ କରିଛନ୍ତି । ସିଡନୀ ଦିନିକିଅ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୋହଲିଙ୍କୁ ଅବସର ସମ୍ପର୍କିତ ପ୍ରଶ୍ନର ସମ୍ମୁଖୀନ ହେବାକୁପଡିଥିଲା । କିଛି କ୍ରୀଡା ସାମ୍ବାଦିକ କୋହଲିଙ୍କୁ ଅବସର ପରେ କ୍ରିକେଟ୍‌ ଜୀବନ ଜାରି ରଖିବେକି ନାହିଁ ବୋଲି ପ୍ରଶ୍ନ କରିଥିଲେ । ଯେପରି ବିଶ୍ୱ କ୍ରିକେଟ୍‌ରେ ବହୁ ଖେଳାଳି ଅବସର ପରେ କ୍ୟାସ୍‌ରିଚ୍‌ ଆଇପିଏଲ୍‌ ଓ ବିଗ୍‌ବାସ ଲିଗ୍‌ ଭଳି ପ୍ରତିଯୋଗିତାରେ ଖେଳ ଜୀବନ ଜାରି ରଖିଛନ୍ତି, କୋହଲି ସେହି ପନ୍ଥା ଆପଣାଇବେ କି ବୋଲି ପ୍ରଶ୍ନ ହୋଇଥିଲା । ଏହାର ଜବାବରେ କୋହଲିଙ୍କ ଉତ୍ତର ଅତ୍ୟନ୍ତ ତିଜ୍ଜକ୍‌ ଥିଲା । କ୍ରିକେଟ୍‌ରୁ ଅବସର ନେବାପରେ ମୁଁ କେବେ ବି କ୍ରିକେଟ୍‌ ପଡ଼ିଆରେ ଦେଖାଯିବି ନାହିଁ । ଅବସର ନେବା ଦିନ ହିଁ କ୍ରିକେଟ୍‌ ସହ ମୋ ସମ୍ପର୍କ ତୁଟିଯିବ ବୋଲି କୋହଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here