କୋଲକାତା: ଶୁକ୍ରବାର ବିଜେପି ସଭାପତି ଅମିତ ଶାହ ପ ଶ୍ଚ ି ମ ବ ଙ୍ଗ ର କୋଚବେହରଠାରେ ରଥଯାତ୍ରା କରିବାର କାର୍ଯ୍ୟକ୍ରମ ଥିବା ବେଳେ ଗୁରୁବାର ଦଳକୁ ଝଟକା ଲାଗିଛି । ବିଜେପି ଏଠାରେ କୌଣସି ପ୍ରକାରର ରଥଯାତ୍ରା କରିପାରିବ ନାହିଁ ବୋଲି କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଜେପିର ରଥଯାତ୍ରାକୁ ଶୁକ୍ରବାର ଅମିତ ଶାହ ପତାକା ଦେଖାଇ ଶୁଭାରମ୍ଭ କରିଥାଆନ୍ତେ । ଏହା ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରେ ବୁଲି ଦଳ ପାଇଁ ପ୍ରଚାର କରିଥାଆନ୍ତା । ତେବେ ଏଭଳି ରଥଯାତ୍ରା ଉପରେ କୋର୍ଟ ୨୦୧୯ ମସିହା ଜାନୁଆରୀ ୯ ଯାଏଁ ରୋକ ଲଗାଇଛନ୍ତି । କଲିକତା ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ବିଜେପି ଡିଭିଜନ୍‌ ବେଞ୍ଚଙ୍କ ଦ୍ୱାରସ୍ଥ ହେବ ବୋଲି ଜଣାପଡ଼ିଛି । ବିଜେପି ରଥାଯାତ୍ରା କରିବାକୁ ଚାହୁଁଥିବେ ବେଳେ କ୍ଷମତାସୀନ ଟିଏମ୍‌ସି ସରକାର ଏଥିପାଇଁ ଅନୁମତି ଦେଇ ନଥିଲେ । ଫଳରେ ଏହି ମାମଲା କୋର୍ଟରେ ପହଞ୍ଚିଥିଲା ।

Loading...

LEAVE A REPLY

Please enter your comment!
Please enter your name here