nalco

କେନ୍ଦ୍ରାପଡ଼ା, ୦୭ ଜାନୁଆରୀ : ଚାଷୀମାନଙ୍କ ସୁଖ ସମୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା କାଳିଆ ଯୋଜନାର ଶୁଭାରମ୍ବ ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସମସ୍ତ କ୍ଷୁଦ୍ର ଓ ନାମମାତ୍ର କୃଷକମାନଙ୍କୁ ପ୍ରତି ରବି ଓ ଖରିଫ୍ ଫସଲ ଚାଷ ପାଇଁ ୫ଟି ଫସଲ ଋତୁରେ ୨୫ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଏଥିପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଓ ଏହାର ଲାଭ ନେବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ପୂର୍ବାହ୍ନରେ କାଳିଆ ରଥ ପରିକ୍ରମାର ଶୁଭାରମ୍ବ କରାଯାଇଛି । ଜିଲ୍ଲାପାଳ ଦାଶରଥି ଶତପଥି ପତାକା ଦେଖାଇ କାଳିଆ ରଥର ଯାତ୍ରା ଉଦ୍ଘାଟନ କରିଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ଉପଜିଲ୍ଲାପାଳ ସଂଜୟ କୁମାର ମିଶ୍ର, କୃଷି ଉପନିର୍ଦ୍ଦେଶକ ମିତ୍ରଦ୍ୱୟ ଦାସ, ଜିଲ୍ଲା ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସ, ଏ.ଆର୍.ସି.ଏସ୍ ଲକ୍ଷ୍ମୀଧର ସୁବୁଦ୍ଧି, ନିୟନ୍ତ୍ରିତ ବଜାର କମିଟିର ସଂପାଦକ ଅଜୟ କୁମାର ରାଉତଙ୍କ ସମେତ ଆର.ଏସ.ସି.ର ସମସ୍ତ କର୍ମଚାରୀ ଓ କୃଷି ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here