ଅହମ୍ମଦନଗର : ମହାରାଷ୍ଟ୍ରର ଅହମ୍ମଦନଗର ଠାରେ ମହାତ୍ମା ଫୁଲେ କୃଷିବିଦ୍ୟାପୀଠରେ ଆୟୋଜିତ ସମାବର୍ତନ ଉତ୍ସବରେ ଯୋଗଦେବାକୁ ଆସିଥିବା ସମୟରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଆଜି ହଠାତ୍ ଅସୁସ୍ଥ ହୋଇପଡିଥିଲେ । ସେ ଷ୍ଟେଜ୍ ଉପରେ ଅଚେତ୍ ହୋଇ ତଳେ ପଡି ଯାଇଥିଲେ । ଏହି ସମୟରେ ନିକଟରେ ଉପସ୍ଥିତ ଥିବା ମହାରାଷ୍ଟ୍ର ରାଜ୍ୟପାଳ ବିଦ୍ୟାସାଗର ରାଓ ଓ ମଂଚ ଉପରେ ଉପସ୍ଥିତ ଥିବା ଅନ୍ୟ ନେତା ତଥା ସୁରକ୍ଷା କର୍ମୀ ମାନେ ତାଙ୍କୁ ସମ୍ଭାଳି ନେଇଥିଲେ । ତୁରନ୍ତ ତାଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ମେଡିକାଲରେ ଭର୍ତି କରାଯାଇଥିଲା । ତେବେ ସୁଗାର କମିବା ଯୋଗୁଁ ମୁଣ୍ଡ ବୁଲାଇବା କାରଣରୁ ସେ ଅଚେତ୍ ହୋଇ ତଳେ ପଡିଯାଇଥିଲେ ଏବଂ ବର୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ତାଙ୍କ ଅଫିସିଆଲ୍ ଟ୍ୱିଟ୍ ରୁ ଜଣାପଡିଛି ।

Loading...

LEAVE A REPLY

Please enter your comment!
Please enter your name here