ଭୁବନେଶ୍ୱର: ୟୁଥ୍‌ ହଷ୍ଟେଲ ଆସୋସିଏସନ୍‌ ଅଫ ଇଣ୍ଡିଆ ତରଫରୁ ଗତ ଡିସେମ୍ବର ୨୧-୨୩ ତାରିଖ ପର୍ଯ୍ୟନ୍ତ ହିମାଳୟର କେଦାରକ ଶୃଙ୍ଗ ଆରୋହଣ ଅଭିଯାନ ଆୟୋଜନ କରାଯାଇଥିଲା । ଏଥିରେ କଟକର ବାରବାଟୀ ସାଇକ୍ଲିଷ୍ଟ ଦଳର ୫ଜଣ ସଫଳତାର ସହ କେଦାରକ ଶୃଙ୍ଗ ଆରୋହଣ କରିଛନ୍ତି । ସେମାନେ ହେଲେ ଦୀପଙ୍କର ସାହୁ, ସୌମ୍ୟରଞ୍ଜନ ବିଶ୍ୱାଳ, କେଦାର ପ୍ରସାଦ ପ୍ରଧାନ, କୃଷ୍ଣ ଦାସ, ଅଜିତ କୁମାର ପାଇକରାୟ । ଏମାନେ ସମସ୍ତେ ଗତ ୨୦ ତାରିଖ ରାତିରେ ଡେରାଡୁନ୍‌ରୁ ଶଙ୍କିରି ବେସ୍‌ କ୍ୟାମ୍ପ ଯାଇଥିଲେ । ଶଙ୍କିରିରୁ କେଦାରକର ୩ ଦିନର ଦୁର୍ଗମ ରାସ୍ତା ଅତିକ୍ରମ କରିଥିଲେ । ପିଇବାକୁ ପାଣି ନଥିବା ବେଳେ ବରଫକୁ ତରଳାଇ ପାଣି ସଂଗ୍ରହ କରୁଥିଲେ । ଦିନର ତାପମାତ୍ରା ୨ ଡିଗ୍ରୀ ଏବଂ ରାତିରେ – ୧୮ଡିଗ୍ରୀ ମଧ୍ୟରେ ରହୁଥିଲା । ପ୍ରତିକୂଳ ପରିବେଶ ସେ‰ କେଦାରକ ଶୃଙ୍ଗ ଆରୋହଣ କରିବାରେ ସେମାନେ ସଫଳ ହୋଇଛନ୍ତି । ଏହି ୫ଜଣଙ୍କୁ ବାରବାଟୀ ସାଇକ୍ଲିଷ୍ଟ ତରଫରୁ ଭବ୍ୟ ସ୍ୱାଗତ ଜଣାଯାଇଛି । ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଏମାନଙ୍କୁ ସାହସିକତା ପାଇଁ ବଧେଇ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here