ଭୁବନେଶ୍ୱର,୦୭ ଜାନୁଆରୀ – କୃଷି ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ । ଠିକ୍ ଭାବେ ଦାୟିତ୍ୱ ତୁଲାଇବି । ଚାଷୀ ମାନଙ୍କର ସମସ୍ୟାର ସମାଧାନ ନେଇ ଉଦ୍ୟମ ଜାରୀ ରଖିବି ବୋଲି ନୂତନ ଭାବେ କୃଷି ବିଭାଗ ଦାୟିତ୍ୱ ପାଇଥିବା ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା ପ୍ରକାଶ କରିଛନ୍ତି ।
ସେହିପରି ପଂଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ମନ୍ତ୍ରୀ ଭାବେ ନୂତନ ଦାୟିତ୍ୱ ପାଇବା ପରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଯେଉଁ ଆସ୍ଥା ଓ ବିଶ୍ୱାସ ରଖି ଯେଉଁ ଗୁରୁଦାୟିତ୍ୱ ଦେଇଛନ୍ତି ତାକୁ ସଠିକ୍ ଭାବେ ନିର୍ବାହ କରିବ ବୋଲି ସେ କହିଛନ୍ତି । ଦିଲ୍ଲୀରୁ ଫେରିବା ପରେ ବିଭାଗୀୟ ସଚିବ ଓ ଅଧିକାରୀ ମାନଙ୍କୁ ଡାକି ବିଭାଗ ସମ୍ପର୍କରେ ସମୀକ୍ଷା କରିବେ ।

LEAVE A REPLY

Please enter your comment!
Please enter your name here