ଭୁବନେଶ୍ୱର : ଓଡିଶାର ୯ଟି ଜିଲ୍ଲାରେ ବସବାସ କରୁଥିବା କୁଡୁମୀ ସମ୍ପ୍ରଦାୟର ୨୫ ଲକ୍ଷ ଲୋକଙ୍କୁ ଆଦିବାସୀ ତାଲିକାରେ ଅନ୍ତର୍ଭୁକ୍ତ କରିବାପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବା ଲାଗି ରାଜ୍ୟ ମୁଖ୍ୟମନ୍ତ୍ରୀ ୨୦୦୪ ମସିହାରେ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଏପର୍ଯ୍ୟନ୍ତ ସେ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରାଗଲା ନାହିଁ । ଏହାର ପ୍ରତିବାଦରେ ଆସନ୍ତା ୭ ତାରିଖ ଦିନ କୁଡୁମୀ ସେନା ନେତୃତ୍ୱରେ ପ୍ରାୟ ୩୦ ହଜାର କୁଡୁମୀ ସମ୍ପ୍ରଦାୟର ଜନ ସାଧାରଣ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବେ ବୋଲି କୁଡୁମୀ ସେନା ଓଡିଶା ପକ୍ଷରୁ ଘୋଷଣା କରାଯାଇଛି ।
ଅନ୍ୟପକ୍ଷରେ ସ୍ୱର୍ଗତ ବିଜୁ ବାବୁ ମଧ୍ୟ ସମାନ ପ୍ରତିଶ୍ରୁତି ଦେଇଥିଲେ । ଫଳରେ ମୟୁରଭଂଜ ଆସନରୁ ତାଙ୍କୁ ବିଜୟୀ କରାଯାଇଥିଲା । ମାତ୍ର ସେ ଏହି ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିନଥିବାରୁ ପରବର୍ତୀ ନିର୍ବାଚନରେ ସେ ପରାଜିତ ହୋଇଥିଲେ ଏବଂ କୁଡୁମୀ ମାନେ ମଧ୍ୟ ତାଙ୍କ ଠାରୁ ଦୂରେଇ ରହିଥିଲେ । ବର୍ତମାନର ମୁଖ୍ୟମନ୍ତ୍ରୀ ଯଦି ପ୍ରତିଶ୍ରୁତି ଅନୁଯାୟୀ କେନ୍ଦ୍ର ସରକାରଙ୍କୁ ସୁପାରିଶ ନକରନ୍ତି ତେବେ ତାଙ୍କୁ ମଧ୍ୟ ତାଙ୍କ ବାପାଙ୍କ ଭଳି ପରିଣାମ ଭୋଗିବାକୁ ପଡିବ ।
ମଙ୍ଗଳବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କୁଡୁମୀ ସେନାର ରାଜ୍ୟ ସଭାପତି ଜୈମୁନୀ କୁମାର ମହାନ୍ତ ଉଦବେଗ ପ୍ରକାଶ କରି କହିଥିଲେ ଯେ ୧୯୫୦ ମସିହା ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ଏହି ସମ୍ପ୍ରଦାୟ ଏସଟି ତାଲିକାଭୁକ୍ତ ଥିଲା । ୧୯୫୫ରେ ହୋଇଥିବା ଜନଗଣନା ସମୟରେ ସେମାନଙ୍କୁ ଉକ୍ତି ତାଲିକାରୁ ବାଦ୍୍ କରିଦିଆଗଲା । ବର୍ତମାନ ଓଡିଶାର ମୟୁରଭଂଜ , କେନ୍ଦୁଝର ,ଯାଜପୁର , ସୁନ୍ଦରଗଡ, ଢେଙ୍କାନାଳ , ସମ୍ବଲପୁର , ବାଲେଶ୍ୱର , ଅନୁଗୁଳ ଓ ଦେବଗଡରେ ଲକ୍ଷାଧିକ ସଂଖ୍ୟାରେ କୁଡୁମୀ ମାନେ ରହୁଛନ୍ତି । ସମ୍ପୃକ୍ତ ଜିଲ୍ଲରେ ୩୦ ବିଧାୟକ ଓ ୭ ସାଂସଦ ରହିଛନ୍ତି । ଏମାନେ ଏବେ ବି ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ଅନଗ୍ରସର ରହିଛନ୍ତିି । ଓଡିଶା ବାଦ୍ ଝାଡଖଣ୍ଡରେ ୧ କୋଟି , ଆସାମ ରେ ୨୫ , ଝତିଶଗଡରେ ୫ ଲକ୍ଷ , ପଶ୍ଚିମବଙ୍ଗରେ ୫୦ ହଜାର କୁଡୁମୀ ରହୁଛନ୍ତି । ଆଦିବାସୀ ତାଲିକାରେ ଅର୍ନ୍ତଭୁକ୍ତ କରିବାପାଇଁ ୨୦୧୬ ମସିହା ଡିସେମ୍ବର ୧୬ ତାରିଖରେ ବିଧାନସଭା ଘେରାଉ କରାଯାଇଥିବା ବେଳେ ୨୦୧୭ ସେପ୍ଟମ୍ବର ୧୨ ତାରିଖରେ ଧାରଣା ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଉକ୍ତ ଦିନ କୁଡୁମୀ ସମ୍ପ୍ରଦାୟ ମାନଙ୍କ ସହ ଆଲୋଚନା କରି କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ସେତେବେଳେ ଏହି ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା । ଏହି ଅବହେଳା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୩ ଲକ୍ଷ ପୋଷ୍ଟକାର୍ଡ ପ୍ରେରଣ କରାଯାଇଥିଲା । ବାରିପଦାରେଗତ ମାର୍ଚ୍ଚରେ ଅଧିକାର ର‌୍ୟାଲି କରାଯାଇଥିଲା । ମେ ୭ ତାରିଖରେ କୁଡୁମୀ ସେନା ମଧ୍ୟରେ ୯ଟି ଜିଲ୍ଲାରେ ୬ ଘଂଟିଆ ବନ୍ଦ ପାଳନ କରାଯାଇଥିଲା । ସରକାର ଯଦି ଆଗାମୀ ଦିନରେ ସେମାନଙ୍କର ନାର୍ଯ୍ୟ ଦାବି ସମ୍ପର୍କରେ ପଦକ୍ଷେପ ନନିଅନ୍ତି ଆଗାମୀ ନିର୍ବାଚନରେ ଉଚିତ୍ ଜବାବ୍ ଦିଆଯିବ । ପଟେଲ , ଗୁଜ୍ଜର ଓ ମରାଠା ଆନ୍ଦୋଳନ ଠାରୁ ଏହି ଆନ୍ଦୋଳନ ଅତି ଗୁରୁତର ହେବ । ୨୫ ଲକ୍ଷ କୁଡୁମୀ ସବୁଦିନ ପାଇଁ ସରକାରଙ୍କ ଠାରୁ ଦୂରେଇ ନବାକୁ ବାଧ୍ୟହେବେ ବୋଲି ସେନା ପକ୍ଷରୁ କୁହାଯାଇଛି ।

Loading...

LEAVE A REPLY

Please enter your comment!
Please enter your name here