ବିଷ୍ଟ୍‌ଙ୍କ ତ୍ରିଶତକ ପରେ ନାଗର, ଗୁରିନ୍ଦରଙ୍କ ଶତକ
ମେଘାଳୟ ୮୨୬/୭, ସିକିମ୍‌ ୭୨/୨
ଭୁବନେଶ୍ୱର: କିଟ୍‌ ଷ୍ଟାଡିୟମ୍‌ରେ ସିକିମ୍‌ ଚଳିତ ରଣଜୀ ସିଜନ୍‌ର ସର୍ବାଧିକ ଦଳଗତ ସ୍କୋର କରିଛି । ଓପନର ରାଜ ବିଶ୍ୱ (୧୭୫) ଶତକ ସାଙ୍ଗକୁ ପିନିତ୍‌ ବିଷ୍ଟଙ୍କ ତ୍ରିଶତକ (୩୪୩) ତଥା ଯୋଗେଶ ନାଗର (୧୪୮) ଓ ଗୁରିନ୍ଦର ସିଂଙ୍କ ଅପରାଜିତ ୧୦୧ ରନ୍‌ ବଳରେ ମେଘାଳୟ ୧୭୧.୪ ଓଭରରେ ୮୨୬/୭ ରନ୍‌ କରି ପାଳି ଘୋଷଣା କରିଛି । ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ପ୍ରାରମ୍ପିକ୍‌ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଓପନର ସେରିଂ ଭୁତିଆ ୬ ଓ ଜାହାନ ଉଦିନ ୧୧ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ । ଅଧିନାୟକ ନିଲେଶ ଲାମିଚାନେ ୩୮ ଓ ଆଶିଷ ଥାªା ୬ ରନ୍‌ କରି ଅପରାଜିତ ଅଛନ୍ତି । ଷ୍ଟମ୍ପଅପସାରଣ ବେଳକୁ ସିକିମ୍‌ ୩୩ ଓଭରରେ ୨ ୱିକେଟ୍‌ ହରାଇ ୭୨ ରନ୍‌ କରିଛି । ମ୍ୟାଚର ଆଉ ଗୋଟିଏ ଦିନ ଖେଳବାକି ଥିବା ବେଳେ ୫୩୫ ରନ୍‌ ପଛରେ ରହିଛି ।

LEAVE A REPLY

Please enter your comment!
Please enter your name here