ଚିରାଚରିତ ପ୍ରତିଦ୍ୱନ୍ଦୀ ପାକିସ୍ତାନ ଭୁବନେଶ୍ୱରରେ ପହଞ୍ଚିଛି । ବିଗତ କିଛି ମାସ ହେବ ହକି ବିଶ୍ୱକପ୍‌ରେ ପାକିସ୍ତାନର ଅଂଶଗ୍ରହଣକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା । ଉଚିତ ସମୟରେ ପ୍ରାୟୋଜକ ମିଳିବା ଏବଂ ଭାରତୀୟ ବୈଦେଶିକ ମନ୍ତ୍ରଳାୟ ପକ୍ଷରୁ ପାକିସ୍ତାନ ଖେଳାଳିଙ୍କୁ ଭିସା ମଞ୍ଜୁର କରାଯିବା ପରେ ସବୁ ଦ୍ୱନ୍ଦ ଦୂର ହୋଇଥିଲା । ଖାସ୍‌ କରି ପାକିସ୍ତାନ ଦଳ ଭୁବନେଶ୍ୱର ଆସିବା ସମ୍ପର୍କରେ ଗୋପନ ରଖାଯାଇଥିଲା । ଏସବୁ ସତ୍ତେ୍ୱ ପୁରୁଷ ହକି ବିଶ୍ୱକପ୍‌ର ୧୪ତମ ସଂସ୍କରଣରେ ଭାଗ ନେବା ପାଇଁ ଶନିବାର ରାତିରେ ପାକିସ୍ତାନ ଭୁବନେଶ୍ୱରରେ ପହଞ୍ଚିଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ପରେ ପାକିସ୍ତାନ ଖେଳାଳିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।
କଳିଙ୍ଗ ଷ୍ଟାଡିୟମ୍‌ ଆମ ପାଇଁ ସର୍ବଦା ଲକି ବୋଲି କହିଛନ୍ତି । ଅଧିନାୟକ ରିଜ୍‌ୱାନ ଆମେ ଭାରତ ଆସିବା ପୂର୍ବରୁ ୱାଘା ବର୍ଡରରେ ସ୍ୱାଗତ କରାଯାଇଥିଲା । ମହମ୍ମଦ ରିଜ୍‌ୱାନ୍‌ଙ୍କ ନେତୃତ୍ୱରେ ଭାରତ ଚଳିତ ବିଶ୍ୱକପ୍‌ ଖେଳିବ । ଶେଷଥର ପାଇଁ ଭୁବନେଶ୍ୱରରେ ପାକିସ୍ତାନ ଏଫ୍‌ଆଇଏଚ୍‌ ଚାମ୍ପିଅନ୍ସ ଟ୍ରଫି (୨୦୧୪)ରେ ଅଷ୍ଟ୍ରେଲିଆ ସହ ଖେଳିଥିଲା । ସର୍ବଦା ଆମେ ଭୁବନେଶ୍ୱରରେ ମ୍ୟାଚ୍‌ ଖେଳିଲା ବେଳେ ଉପଭୋଗ କରିଥାଏ । ଆମ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ ଲକି । ଆମେ ପୁଣିଥରେ ଭୁବନେଶ୍ୱର ଆସିଥିବାରୁ ବେଶ ଆଗ୍ରହୀ ଥିବା ରିଜ୍‌ୱାନ କହିଛନ୍ତି । ପୁଲ ଡି’ରେ ପାକିସ୍ତାନ ସମେତ ଜର୍ମାନୀ, ନେଦରଲାଣ୍ଡସ୍‌ ଓ ମାଲେସିଆ ସ୍ଥାନ ପାଇଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here