nalco

ଭୁବନେଶ୍ୱର,୮ା୧ : ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ନ୍ୟାୟଦର୍ଶନ ବିଭାଗର ବରିଷ୍ଠ ଆଚାର୍ଯ୍ୟ ପ୍ରୋ: କମଳେଶ ମିଶ୍ରଙ୍କୁ ‘ବିଦ୍ୱଦ୍‌ଭୂଷଣ’ ସମ୍ମାନରେ ସମ୍ମାନିତ କରାଯାଇଛି । ନ୍ୟାୟଶାସ୍ତ୍ରରେ ବୈଦୁଷ୍ୟ ଓ ପରାକାଷ୍ଠା ପାଇଁ ଅଖିଳ ଭାରତୀୟ ବିଦ୍ୱଦ୍‌ ପରିଷଦ ଦ୍ୱାରା ବିଦ୍ୱଦ୍‌ଭୂଷଣ ସମ୍ମାନରେ ଭୂଷିତ କରାଯାଇଛି । କମଳେଶ ମିଶ୍ର ୧୩ ଖଣ୍ଡ ଶାସ୍ତ୍ରୀୟ ଗ୍ରନ୍ଥ ଓ ଗବେଷଣାମୂଳକ ଶତାଧିକ ପ୍ରବନ୍ଧର ରଚୟିତା । ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ତାଙ୍କ ରଚିତ ନ୍ୟାୟାଦୀ ଗ୍ରନ୍ଥ ସ୍ଥାନ ପାଇଛି । ଏହା ପୂର୍ବରୁ ଓଡ଼ିଶା ସଂସ୍କୃତ ଏକାଡେମୀ ତାଙ୍କୁ ମହାକବି ଶ୍ରୀ ହର୍ସ ସମ୍ମାନରେ ସମ୍ମାନିତ କରିଥିଲା । ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଭୋଗରାଇ, ଶ୍ୟାମସୁନ୍ଦର ସଂସ୍କୃତ ମହାବିଦ୍ୟାଳୟର ଭୂତପୂର୍ବ ଅଧ୍ୟକ୍ଷ ପଣ୍ଡିତ ପ୍ରବର ଦିବଙ୍ଗତ ପୁଣ୍ଡରୀକାକ୍ଷ ମିଶ୍ରଙ୍କ କନିଷ୍ଠ ପୁତ୍ର । ସଂସ୍କୃତ ସମାଜ ପକ୍ଷରୁ ଶ୍ରୀ ମିଶ୍ରଙ୍କୁ ଏଭଳି ସମ୍ମାନ ପାଇଁ ଆନନ୍ଦ ପ୍ରକଟ କରାଯାଇଛି ।

LEAVE A REPLY

Please enter your comment!
Please enter your name here