ଭୁବନେଶ୍ୱର, ୦୨ ଜାନୁଆରୀ – ସୋହରାବୁଦ୍ଦୀନ ଏନକାଉଂଟର ମାମଲାରେ ସିବିଆଇର ସ୍ୱତନ୍ତ୍ର କୋର୍ଟର ରାୟପରେ କଂଗ୍ରେସର କୁତ୍ସିତ ଚେହେରା ଭାରତର ୧୩୦ କୋଟି ଲୋକଙ୍କ ଆଗରେ ଧରାପଡିଯାଇଛି । ୨୦୧୦ରେ କଂଗ୍ରେସର ନିର୍ଦ୍ଦେଶରେ ସିବିଆଇ ଅମିତ ଶାହାଙ୍କୁ ରାଜନୈତିକ ଆକ୍ରୋଶ ରଖି ଗିରଫ କରିଥିଲା ବୋଲି ରାଜ୍ୟ ବିଜେପି ସଭାପତି ଶ୍ରୀ ବସନ୍ତ ପଣ୍ଡା କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ, କଂଗ୍ରେସ ଦଳ ବିଶେଷ ଭାବରେ ଗାନ୍ଧୀ ପରିବାର ସିବିଆଇ ଓ ଅନ୍ୟାନ୍ୟ ସାମ୍ବିଧାନିକ ସଂସ୍ଥାକୁ ନିଜର ରାଜନୈତିକ ଫାଇଦା ପାଇଁ ବିଭିନ୍ନ ସମୟରେ ବ୍ୟବହାର କରିଆସିଛି । ଏସବୁ ଗୋଟିଏ ପରେ ଗୋଟିଏ ଏବେ ସାମ୍ନାକୁ ଆସୁଛି । ଆତଙ୍କବାଦୀଙ୍କୁ ହତ୍ୟା କରାଯିବା ପରେ ଆତଙ୍କବାଦୀଙ୍କୁ ସମର୍ଥନ କରି ସୋନିଆ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଗୁଜୁରାଟର ତତ୍କାଳୀନ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସିବିଆଇ ଦ୍ୱାରା ଗିରଫ କରିବାର ଚକ୍ରାନ୍ତ କରିଥିଲେ । ମୁମ୍ବାଇ ହାଇକୋର୍ଟ, ସୁପ୍ରିମକୋର୍ଟ ଏବଂ ଏକ ସ୍ୱତନ୍ତ୍ର କୋର୍ଟଙ୍କ ରାୟ କଂଗ୍ରେସର ମୁଖା ଖୋଲିଦେଇଛି । ସ୍ୱତନ୍ତ୍ରକୋର୍ଟଙ୍କ ରାୟରୁ ଏହା ପ୍ରମାଣିତ ହୋଇଛି ଯେ, କଂଗ୍ରେସ ପାର୍ଟିର ଅଧ୍ୟକ୍ଷ ଶ୍ରୀମତୀ ସୋନିଆ ଗାନ୍ଧୀ ସିବିଆଇକୁ ମାଧ୍ୟମ କରି ଅମିତ ଶାହଙ୍କ ବିରୁଦ୍ଧରେ ବିିଭିନ୍ନ ପ୍ରମାଣ ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର କରଥିଲେ ।୨୦୧୦ ଅକ୍ଟୋବରରେ ଶ୍ରୀ ଶାହାଙ୍କୁ ମୁକ୍ତ କଲାବେଳେ ମାନ୍ୟବର ନ୍ୟାୟଳୟ ଉଲ୍ଲେଖ କରିଥିଲେ କି, ବିନା ସାକ୍ଷ୍ୟ ପ୍ରମାଣରେ କାହା ବିରୁଦ୍ଧରେ ଅଭିଯୋଗ ଆଣି କୋ÷ଣସି କେସ୍ରେ କାହାକୁ ଅଭିଯୁକ୍ତ ବୋଲି କୁହାଯାଇ ପାରିବ ନାହିଁ । ସେହିପରି ୨୦୧୪ ଡିସେମ୍ବର ୩୦ରେ ସିବିଆଇର ସ୍ୱତନ୍ତ୍ର ଜଜ ଶ୍ରୀ ଶାହାଙ୍କର ମୁକ୍ତି ବିରୁଦ୍ଧରେ ଶୁଣାଣି କରି ୨୦୧୦ରେ ଉଚ୍ଚନ୍ୟାୟଳୟ ଦେଇଥିବା ରାୟକୁ ଦୋହରାଇବା ସହିତ ଅମିତ୍ ଶାହାଙ୍କ ବିରୁଦ୍ଧରେ ଅଣାଯାଇଥିବା ଅଭିଯୋଗକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରମୋଦିତ ବୋଲି କରିଥିଲେ । ଉଚ୍ଚନ୍ୟାୟଳୟଙ୍କ ମତରେ ଅମିତ୍ ଶାହଙ୍କୁ ଚକ୍ରାନ୍ତ କରି ଏହି କେସ୍ରେ ଫସାଯାଇଥିଲା ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ସେତେବେଳେ ନ୍ୟାୟଳୟଙ୍କ ଏହି ରାୟକୁ ସୋନିଆ ଗାନ୍ଧୀଙ୍କ କ୍ୟାବିନେଟ୍ର ଜଣେ ସଦସ୍ୟ ହର୍ଷମନ୍ଦର ଚ୍ୟାଲେଞ୍ଜ କରିଥିଲେ । ଯାହାଙ୍କୁ କି ୨୦୧୦ରେ ଏନଏସିର ସଦସ୍ୟ ରୂପେ ନିଯୁକ୍ତ କରାଯାଇଥିଲା । ଏକଥା ସମସ୍ତେ ଜାଣନ୍ତି ଯେ, ସୋନିଆ ଗାନ୍ଧୀ ଏନଏସି ଗଠନ କରି ମନମୋହନଙ୍କ କ୍ୟାବିନେଟ୍କୁ ନିୟନ୍ତ୍ରଣ କରୁଥିଲେ । ସେତେବେଳେ ଏହାକୁ ସ୍ୟାଡୋ କ୍ୟାବିନେଟ୍ ବୋଲି କୁହାଯାଇଥିଲା । ୨୦୧୪ ଡିସେମ୍ବରରେ ଆସିଥିବା ସ୍ୱତନ୍ତ୍ର କୋର୍ଟର ଏହି ରାୟରେ ନ୍ୟାୟଧିଶ ୨୧୦ ଜଣ ସାକ୍ଷ୍ୟ ଓ ଅଭିମତ ସମ୍ବଳିତ କାଗଜପତ୍ରକୁ ପଡିଲା ପରେ ସ୍ପଷ୍ଟ ଭାବେ ଏହା ଉଲ୍ଲେଖ କରିଥିଲେ କି, ଶାହାଙ୍କ ବିରୁଦ୍ଧରେ ଏହି ସଂପୂର୍ଣ୍ଣ ତଦନ୍ତ ପକ୍ରିୟା ଏକ ନିଦ୍ଦିଷ୍ଟ ଲକ୍ଷ୍ୟ ହାସଲ ପାଇଁ ପରିଚାଳିତ ହେଉଥିଲା ।
ଶ୍ରୀ ଶାହା ଏହି ଅଗ୍ନି ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି । ନ୍ୟାୟପାଳିକା ଏହି କୁଚକ୍ରୀ କ୍ଷମତା ଲୋଭୀ ପାପାତ୍ମା ମାନଙ୍କର ମୁଖାଖୋଲି ଦେଶବାସୀଙ୍କ ସମ୍ମୁଖରେ ସତ୍ୟ ପ୍ରତିଷ୍ଠା କରିଛନ୍ତି । ଭାରତୀୟ ଜନତା ପାର୍ଟିର କୋଟି କୋଟି କାର୍ଯ୍ୟକର୍ତା ନ୍ୟାୟପାଳିକାଙ୍କୁ କୃତଜ୍ଞତା ଜଣାଇଛନ୍ତି । ସ୍ୱତନ୍ତ୍ରକୋର୍ଟଙ୍କ ଏହି ରାୟ ସମ୍ବିଧାନ ଓ ଭାରତୀୟ ସଂଘୀୟ ବ୍ୟବସ୍ଥାକୁ ଧ୍ୱସଂ କରିବା ପାଇଁ କଂଗ୍ରେସର ଉଦ୍ଦେଶ୍ୟ ପ୍ରଣୋଦିତ ଏହି ଅନ୍ୟାୟ ପଦକ୍ଷେପକୁ ପ୍ରତିହିତ କରିଛି । ନ୍ୟାୟପାଳିକାଙ୍କ ଏହି ଦୃଢ ପଦକ୍ଷେପକୁ ଆମେ ସ୍ୱାଗତ କରୁଛୁ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
କଂଗ୍ରେସ ପାର୍ଟି କ୍ଷମତାରେ ଥାଇ ସବୁବେଳେ ପ୍ରସାଶନିକ କଳର ଦୁରୂପଯୋଗ କରି ଆସିଛି । ନିଜର ରାଜନୈତିକ ପ୍ରତିଦ୍ୱନ୍ଦୀମାନଙ୍କୁ ଖତମ କରିବା ପାଇଁ ଆବଶ୍ୟକ ସ୍ଥଳେ ସମ୍ବିଧାନ ଏବଂ ନ୍ୟାୟିକା ବ୍ୟବସ୍ଥାକୁ ଧ୍ୱଂସ କରିବା ପାଇଁ ତତ୍ପର ହୋଇପଡିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପ୍ରଦୀପ ପୁରୋହିତ ଏବଂ ବିଜେପି ବାର୍ତାର ସଂପାଦକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here